STORYMIRROR

Barsarani Bal

Inspirational

4  

Barsarani Bal

Inspirational

ହେପ୍ରଭୁ ନାରାୟଣ

ହେପ୍ରଭୁ ନାରାୟଣ

1 min
255


  ଅରାଜ୍ୟ ରାଜ୍ୟ ହେଲାଣି 

  ରାଜା ନାହାଁନ୍ତି କେହି।

  ରାଜ ରଜେଶ୍ୱର ହୋଇଣ

  ରୁହନାହିଁ କିମ୍ପାଇଁ ।


  ଚୋର ତସ୍କର ଭୟରେ

  ପ୍ରାଣ ହୁଏ ତାପିତ।

   ଏସମୟେ କାହିଁ ରହିଲ

   ଆହେ ଜଗତ ଜାତ ।


   ଯଦି ତୁମେ ସର୍ବବ୍ୟାପକ

   ଆହେ ଅନ୍ତର୍ଯ୍ୟାମୀ।

   କିମ୍ପାଇଁ ନଶୁଣ ଦୁଃଖିର

   ନିତ୍ୟ ଦୁଃଖ କାହାଣୀ ।


    ତୁମ୍ଭର ଅଭାବେ ହୃଦୟ

    ସିଂହାସନଟି ଶୂନ୍ୟ।

    ରିପୁ ଦସ୍ୟୁ ପାଇଁ

    ସୁଯୋଗ କରୁଛନ୍ତି ପିଡ଼ନ।


    ତେଣୁ ଡାକୁଅଛି ହେ ପ୍ରଭୁ 

     ଆସ ତେଜ ତୁମ ପ୍ରକାଶ।

    ଶାନ୍ତି ନିକେତନ ହୋଇଛି

     ଅଶାନ୍ତିର ନିବାସ।

  

     ପ୍ରେମରେ କରଇ ଯେଜନ

     ତୋର କର୍ମ ସାଧନ।

     ବୁଦ୍ଧି ଦାତା ହୋଇ

     କାହାକୁ କରୁ ସୁବୁଦ୍ଧିର ଦାନ ।


     ସେହି ସୁବୁଦ୍ଧି ସହାର୍ଯ୍ୟେ

     ଲୋକ ଭବସାଗର।

     ଅବହେଳେ ପାରି ହୋଇଣ

     ଯାଆନ୍ତି ସ୍ବର୍ଗ ପୁର ।


     ଭକ୍ତ ମାନଙ୍କ ପକ୍ଷରେ

     ତାହା ଜ୍ଞାନ ର କିରଣ।

     ଅଜ୍ଞାନ ଅନ୍ଧାର ନାଶିଣ

     ନିଏ ସତ୍ ପଥେ ପୁଣ ।


     ସ୍ୱରୂପ ତତ୍ତ୍ଵଯେ ଯାଣଇ

     ହୁଏ ନମ୍ର ଭକ୍ତିରେ।

     ସବୁଠାରେ ଦେଖେତାଙ୍କୁ

     ବାସୁଦେବ ରୂପରେ ।


     ଭକ୍ତି ମାର୍ଗ ଅବଲମ୍ବନେ 

      ନରେ କୃପାର ପାତ୍ର।

      କୁ ପ୍ରବୃତ୍ତି ସବୁ

      ନାଶନ୍ତି ହୋଇ ଶାନ୍ତ ମହତ ।

  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational