ମହାବାହୁ
ମହାବାହୁ


ଚକ୍ଷୁର ପଲକେ ତୁମେ
ଆହେ ମହାବାହୁ...।
ତୁମ ବିନା ଏ ଜୀବନ
ହୁଏ ଅଶାନ୍ତ ଢେଉ।
ମହାବାହୁ... ଆହେ... ମହାବାହୁ।।
ତୁମ ସ୍ପର୍ଶମଣିରେ ଯେ
ଦୁଃଖ ହୁଏ ଦୂର।
ତୁମ ବିନା ଏ ଜୀବନ
ଅନ୍ଧକାର ମୟ।
ମହାବାହୁ... ଆହେ... ମହାବାହୁ।।
ଜୀଇଁବାକୁ ଶକ୍ତି ନାହିଁ
ଖାଇବାକୁ ଅନ୍ନ ନାହିଁ।
କୁହ ତୁମେ ?
କିପରି ବା ବଞ୍ଚିବି ମୁଁ ଆଉ।
ମହାବାହୁ... ଆହେ... ମହାବାହୁ।।