STORYMIRROR

Samar Ballav Bhoi

Abstract

3  

Samar Ballav Bhoi

Abstract

ଲାଭ କଣ

ଲାଭ କଣ

1 min
250


ଶାନ୍ତି ଅଛି ନିଜ ଦୃଦୟରେ କିନ୍ତୁ

ଦୁନିଆର ସମସ୍ତ ଜୀବନ ଯଦି

ବିତିଯାଏ ଅଶାନ୍ତିର କରାଳରେ

ତେବେ ଲାଭ କଣ?


ଫୁଲ ଫୁଟେ ବଗିଚାରେ କିନ୍ତୁ

ବଗିଚାର ଫୁଟନ୍ତା ଫୁଲ ଯଦି

କେବେ ହେଲେ ନଜରକୁ ନଆସେ

ତେବେ ଲାଭକଣ?


ସମସ୍ତେ ଆମର ବନ୍ଧୁପରିଜନ କିନ୍ତୁ

ମିଥ୍ୟା ପ୍ରବଂଚନାକୁ ଆଶ୍ରୟ କରି 

ଅନ୍ୟକୁ ଶତୃ କରିବାରେ

ତେବେ ଲାଭକଣ?


ମନ ମଣିଷର ଶକ୍ତିର ଆଧାର କିନ୍ତୁ

ମନରେ ଚିନ୍ତାକରିଥିବା କଥାକୁ

ଯଦି ପଦାରେ ପକାଯାଏ

ତେବେ ଲାଭକଣ?


ସୌନ୍ଦର୍ଯ୍ୟର ଗନ୍ତାଘର ଏ ଚାରିଆଡ କିନ୍ତୁ

ପାରିପାର୍ଶ୍ବିକରେ ବିଛୁରିତ ସୌନ୍ଦର୍ଯ୍ୟ

ଯଦି କବିର ଭାବନାରେ ନଆସେ

ତେବେ ଲାଭକଣ?


ସୌନ୍ଦର୍ଯ୍ୟ ମଣିଷର ଆକର୍ଷଣ କିନ୍ତୁ

ସୌନ୍ଦର୍ଯ୍ୟର ବିରୋଧରେ

ଘୃଣ୍ୟତାର ପରଦା ଟାଣିଲେ

ତେବେ ଲାଭକଣ?


ସତ୍ୟ ମଣିଷର ମାର୍ଗ କିନ୍ତୁ

ଯାହା ସତ୍ୟ ତାହା ସତ୍ୟ

ଯଦି ମିଥ୍ୟା କରେ ତାର ପ୍ରତିରୋଧ

ତେବେ ଲାଭକଣ?


ଜୀବନ ତ ସରସ ସୁନ୍ଦର କିନ୍ତୁ

ସରସ ସୁନ୍ଦର ସାଜସଯ୍ୟାରେ

ଯଦି ଜୀବନର ମାନେ କେହି ନବୁଝନ୍ତି

ତେବେ ଲାଭକଣ?


ଆଶା ଜୀବନର ଔଷଧ କିନ୍ତୁ

ଜୀବନଟା ଯଦି ଶୂନ୍ୟତାର

ଝୁଲଣରେ ଦୋଳି ଖେଳେ

ତେବେ ଲାଭକଣ?


ସଭ୍ୟତା ମଣିଷର ଆଦର୍ଶ କିନ୍ତୁ

ସଭ୍ୟତାର ଅନ୍ଧାରୀ ଗୁହାରେ

ରହି ନିଜର ସ୍ବରୁପକୁ ଭୁଲିବାରେ

ତେବେ ଲାଭକଣ?


ସାହାଯ୍ୟ ମଣିଷର କର୍ତ୍ତବ୍ୟ କିନ୍ତୁ

କେହି ଯଦି କାହାରିକୁ କିଛି

କେଉଁଥିରେ ସାହାଯ୍ୟର ପଥ ନଦେଖାନ୍ତି

ତେବେ ଲାଭକଣ?


ମଣିଷର ଜୀବନଟା ମୂଲ୍ୟବାନ୍ କିନ୍ତୁ

ଜୀବନଟା ଯଦି ଜଂଞାଳ ଜୁଇରେ

ଜଳି ଜଳି ଅଙ୍ଗାର ହେବାରେ

ତେବେ ଲାଭକଣ?


ବିଶ୍ବାସରେ ମଣିଷଟି ବଂଚେ କିନ୍ତୁ

ବିଶ୍ବାସ ପଥରେ ପଥିକ ହୋଇ

ଅବିଶୂାସକୁ ସାଥି କରିବାରେ

ତେବେ ଲାଭକଣ?



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract