STORYMIRROR

ଡ.ସୁରେଶ ଚନ୍ଦ୍ର ବରାଡ଼

Fantasy

3  

ଡ.ସୁରେଶ ଚନ୍ଦ୍ର ବରାଡ଼

Fantasy

ବର୍ଷା ଓ ଦିନ ମଜୁରିଆ

ବର୍ଷା ଓ ଦିନ ମଜୁରିଆ

1 min
18

ପହିଲି ମୌସୁମୀ

ବରଷା ଆସିଲେ

ଝଡ଼ି ଲାଗେ ଚାରି ପାଞ୍ଚ ଦିନ,

ଗରମ ହାଉଆ

ଗୁଳୁଗୁଳି କମି

ଥଣ୍ଡା ପଡ଼ିଯାଏ ଧରା ତନ।

ଦିନ ମଜୁରିଆ

ପ୍ରମାଦ ଗଣଇ

କାମ ତାକୁ କାହିଁ ନ ମିଳଇ,

ଝଡ଼ି ବରଷାରେ

ଘରୁ ବାହାରକୁ

କ୍ଷଣେ ବି ବାହାରି ନ ହୁଅଇ।

ଅଳ୍ପ ରୋଜଗାର

ବହୁ ପରିବାର

ସଞ୍ଚୟ ଘରଟା ତା’ର ଶୂନ,

ଅଧିକ ଦାନାଏ

ନ ଥାଏ ତା’ ଘରେ

ସରେ ରୋଜଗାର ପ୍ରତିଦିନ।

ପନିପରିବାର

ମୂଲ୍ୟ ଭାରି ଉଚ୍ଚ

କିଣି ଖାଇବାକୁ ଧନ ନାହିଁ,

ଝଡ଼ି ବର୍ଷା ଚଷା

ଆନନ୍ଦ ବର୍ଦ୍ଧକ

ଦୁଃଖ ଦାୟୀ ମଜୁରିଆ ପାଇଁ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy