STORYMIRROR

ଡ.ସୁରେଶ ଚନ୍ଦ୍ର ବରାଡ଼

Fantasy

4  

ଡ.ସୁରେଶ ଚନ୍ଦ୍ର ବରାଡ଼

Fantasy

ନିଦ ନାହିଁ ପିମ୍ପୁଡ଼ି ଆଖିରେ

ନିଦ ନାହିଁ ପିମ୍ପୁଡ଼ି ଆଖିରେ

1 min
31

ମାଠିଆରୁ ଢ଼ାଳିବା ପରାୟେ ଢ଼ାଳୁଥିଲା ବର୍ଷା

ବିଜୁଳୀ ସାଙ୍ଗକୁ ଘଡ଼ଘଡ଼ି ଶୁଭଇ ସହସା।


ଉତ୍ତପ୍ତ ଧରଣୀ ରାଣୀ ତନୁ ହୋଇଗଲା ଶାନ୍ତ

ନଦୀ ନାଳ ପୁଷ୍କରିଣୀ ହ୍ରଦେ ଭରିଲା ଅମୃତ।


କମ୍ପାଇଲେ ଝିଙ୍କାରି ସହିତ ଥମିବାରୁ ଝଡ଼ି

କାହୁଁ ଆସି ବ୍ରାହ୍ମଣିଆ ବେଙ୍ଗ ଛାଡ଼ି ଉଚ୍ଚେ ରଡ଼ି।


ଗର୍ତ୍ତବାସୀ ଯେତେ ଯେତେ ଜୀବ ଅପଦ ଷଟ୍ପଦ

ଚତୁଷ୍ପଦ ବାହାରି ବାହାରେ ସୃଜିଲେ ବିପଦ।


ଚଳମାନ ଯାନ ଚକା ତଳେ ବର୍ଜିଲେ ଜୀବନ

ଶହ ଶହ ସଂଖ୍ୟା କରି ନୋହେ ବର୍ଷାର ସଇନ।


ଝିଙ୍କାରୀର ଝିଁଇ ଝିଁଇ ସ୍ଵନ ଭୟ କରେ ଜାତ

ଗାଆଁ ପଲ୍ଲୀ ନଗ୍ରେ ନିରବତା କରୁଛି ରାଜତ୍ଵ।


ସାଇଁ ସାଇଁ ଥଣ୍ଡା ହାଓ୍ଵା ସାଥେ ରିମ୍ ଝିମ୍ ବର୍ଷା

ଲକ୍ଷ ଲକ୍ଷ ଝଡ଼ିପୋକ ମନେ ଦୁବାର୍ର ମୁମୂର୍ଷା।


ତାପ ତାପୁ ସୁରକ୍ଷା ପରଷେ ନିଘୋଡ଼ ନିଦରେ

ସୁପ୍ତ ଭୁତେ ସିନା ନିଦ ନାହିଁ ପିମ୍ପୁଡ଼ି ଆଖିରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy