STORYMIRROR

ଡ.ସୁରେଶ ଚନ୍ଦ୍ର ବରାଡ଼

Fantasy Others

4  

ଡ.ସୁରେଶ ଚନ୍ଦ୍ର ବରାଡ଼

Fantasy Others

ବର୍ଷା ଓ ଚଷା

ବର୍ଷା ଓ ଚଷା

1 min
16

ଗଜା ମରୁଡ଼ିର ଆଶା ଆଶଙ୍କାରେ ଆତଙ୍କିତ ଥିଲା ଚଷା,

କି ହେବ କେମିତି ବଂଚିବି ଚଷାର ଉଡ଼ି ଯାଉଥିଲା ହଂସା।

ଘନ ବାଦଲର ଲୁଚକାଳି ଖେଳ ଚାଲିଥିଲା ନଭ ଦେଶେ,

ସହି ନୋହୁଥିଲା ଗୁଳୁଗୁଳି ଜଗା ଥିଲେ ଅଣସର ବେଶେ।

ଧରଣୀ ରାଣୀର ଖଇଫୁଟୁଥିଲା ଶରୀରେ ତମାମ ଜ୍ଵର,

ସେ ଜ୍ଵର ପ୍ରଭାବେ ଗଗନ ପବନ ହେଉଥିଲା ଥରହର।

ଲୁ ବହି ପଶ୍ଚିମୁ ଶହ ଶହ ଲୋକ ହରାଉ ଥିଲେ ଜୀବନ

ପଶୁ ପକ୍ଷୀ ବୃକ୍ଷ ଲତା ବନ ବିଲ ଖୋଜେ ହେମାଳ ପବନ।

ପୃଥିବୀର ପୃଷ୍ଠ ଚାହୁଁଥିଲା ବର୍ଷା କିଛି ଦିନ ନିରନ୍ତର

ଏ କାଳେ ବାଦଲେ ଘୋଟିଲା ଆକାଶ ଲୁଚିଗଲେ ଦିନକର।

ଆକାଶେ ବିଜୁଳୀ ଚମକି ଉଠିଲା ଶୁଣାଗଲା ଘଡ଼ଘଡ଼ି

ଚଷା ପୁଅ ମୁଖେ ହସ ଉକୁଟିଲା ଖୁସି ଗଲା ତା’ର ବଢ଼ି।

ଅଣ୍ଟାକୁ ସଳଖି ସଜାଡି଼ଲା ତା’ର କୋଦାଳ ଲଙ୍ଗଳ ହଳ

ଲୁପତ ସାମର୍ଥ୍ୟ ଲେଉଟି ଆସିଲା ଜାଗିଲା ତନୁରେ ବଳ।

ମିଠା ଭରା କଷ୍ଟ ବେଳା ଆସିଗଲା ଅହର୍ନିଶ ହେଲା ଲୋଡ଼ା

ପଖାଳ ଶୁଖୁଆ ଆମ୍ବୁଲ ସହିତ ବଡ଼ିଚୁରା ଆଳୁ ପୋଡ଼ା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy