STORYMIRROR

ଡ.ସୁରେଶ ଚନ୍ଦ୍ର ବରାଡ଼

Fantasy

3  

ଡ.ସୁରେଶ ଚନ୍ଦ୍ର ବରାଡ଼

Fantasy

ବର୍ଷାର ବର୍ଷା ଅନୁଭୁତି-୨

ବର୍ଷାର ବର୍ଷା ଅନୁଭୁତି-୨

1 min
12


ବର୍ଷା

ସତର ବୟସୀ,

ଲାଜର ବର୍ଷାରେ ଯିଏ ସରମୀ ଭିଜୁଛି

ବର୍ଷା ସହ ଆଉ କା’ର ପରଶ ଚାହୁଁଛି

ବାରମ୍ବାର ବରଷା ଟୋପାରେ

ନିରେଖୁଛି ତା’ର ମୁଖଶଶୀ।

ବର୍ଷା

ବୟସ ତା’ ମାତ୍ର ଏକୋଇଶି,

ବର୍ଷା ଛୁଆଁ ଶିତୁଆ ବାଆର

ନେଉଅଛି ଚିଆଁ

ଅପେକ୍ଷାରେ ଆନମନା

ଝର୍କା ପାଖେ ବସି।

ବର୍ଷା

ବୟସ ଚବିଶ,

ହୋଇ ବ୍ୟତିବ୍ୟସ୍ତ

ଫୁଙ୍ଗୁଳା ଦେହରେ

ଡଗ ଡଗ ଚାଲୁଥିବା

ଦିବର୍ଷର କୁନି ଛୁଆ ପଛରେ ଧାଇଁଛି

ବାରମ୍ବାର ବରଷା ପାଣିର ନେଉଛି ଯେ ସ୍ପର୍ଶ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy