STORYMIRROR

Laxmi Priya

Tragedy

4  

Laxmi Priya

Tragedy

ଥରେ ଭାବିବ

ଥରେ ଭାବିବ

1 min
410

ମୋର ବିବସତା ରେ ଯେବେ ଅହଙ୍କାର ଦେଖାଯିବ

ଥରେ ଭାବିବ,

କ'ଣ ସତରେ ମୁଁ ଅହଙ୍କାରୀ?

ମୋର ଭୟରେ ବି ଯେବେ ଛଳନା ଦେଖାଯିବ

ଥରେ ଭାବିବ,

କ'ଣ ସତରେ ମୁଁ ପ୍ରତାରିଣୀ

ଅନ୍ୟର ଆଲୋଚନା ରେ ଯେବେ ଚରିତ୍ର ମପାଯିବ

ଥରେ ନିଶ୍ଚିତ ଭାବିବ 

ଚରିତ୍ର ମାପିବା ପାଇଁ କଣ ଏଇ ମାପକାଠି ଯଥେଷ୍ଟ ?

ପରିସ୍ଥିତି ସହ ମଣିଷ ର ରଂଗ ବଦଳରେ, ଢଙ୍ଗ ବଦଳେ, ବଦଳିଯାଏ ବ୍ୟବହାର ଓ ଜୀବନ ପ୍ରଣାଳୀ।

ବଦଳେ ନାହିଁ ତା'ର ପ୍ରକୃତି ଓ ମନ

ତୁମଠୁ ଆଉ କିଏ ବେଶୀ ବୁଝିବ ମନକୁ

ମନରୁ ମାପି ଦେଖିବ ଚରିତ୍ର ର ସତ୍ୟତା

ନିରୀହ ପଣରେ ଯେବେ ନିଷ୍ଠୁରତା ଦେଖାଯିବ

ଥରେ ଭାବିବ

କଣ୍ଟା କ'ଣ ଫୁଲର କୋମଳତା ହରି ପାରେ?

ବ୍ୟବହାର ଯଦି କେବେ କଷ୍ଟ ଦେଇ ଥିବ

ଏତିକି ଅନୁରୋଧ

ଘୃଣା କରିବନି, ଘୃଣାର ମୁଁ ଯୋଗ୍ୟ ନୁହେଁ

ବୁଝିନେବ ଏହାହିଁ ମୋ ବିବସତା

ଆଖିରୁ ପଢିନେବ ଯାହା ବ୍ୟବହାର ରେ ଖୋଜୁଥିବ

ଅଭିମାନ ଯଦି କେବେ ଅଭିଯୋଗ ମନେ ହେବ

ଥରେ ଭାବିବ

କେବେ କରିଛି କି ପ୍ରତିରୋଧ

ଅଭିମାନିନୀ ଟେ ମୁଁ

ଅଭିମାନ ମୋର ଆତ୍ମୀୟତା।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy