STORYMIRROR

Kalyani Nanda

Others

3  

Kalyani Nanda

Others

ହେ ବିଶ୍ଵ ନାୟକ

ହେ ବିଶ୍ଵ ନାୟକ

1 min
13.1K


ହେ ଚିର ବରେଣ୍ୟ

ଅଟଳ ବାଜପେୟୀ

ଆସ ନବ ଜନ୍ମ ନେଇ

ତୁମେ ତ ଅଜେୟ

ତୁମେ ତ ଅକ୍ଷୟ

ଝୁରୁଛି ଭାରତ ଭୂଇଁ

ଆସ ନବ ଜନ୍ମ ନେଇ।0।

ଉଣେଇଶ ଚବିଶି ଡିସେମ୍ବର ପଚିଶି

ଏ ଧରାରେ ଜନ୍ମ ନେଲ

ଦୁଇ ହଜାର ଅଠର ଅଗଷ୍ଟ ଷୋହଳ

ମହାତ୍ମା ବିଦାୟ ନେଲ

ସ୍ଵାଧୀନତା ପାଳନ

କାଳେ ହେବ କ୍ଷୁର୍ଣ୍ଣ

ତା’ପର ଦିନ ଚିର ନିଦ୍ରାରେ ଗଲ ଶୋଇ

ଆସ ନବ ଜନ୍ମ ନେଇ।1।

ମିଠା ଭାଷଣରେ କବିତା ଛଳରେ

ଶତ୍ରୁ ମନ କିଣୁଥିଲ

ଆପଣା ପଣରେ ବିରୋଧି ଜନରେ

ଅଜାତଶତ୍ରୁ ତ ଥିଲ

ଥିଲ ସ୍ୱାଭିମାନୀ

ହୋଇ ମହାଜ୍ଞାନୀ

ବୁହାଇଲ ମମତା ନଈ

ଝୁରୁଛି ଭାରତ ଭୂଇଁ।2।

ନିଜ କଥା ଭୁଲି ଆନ ଦୁଃଖେ ଗୋଳି

ହୋଇଲ ବିଶ୍ ନାୟକ

ଗରିବ ଆଖିରୁ ପୋଛି ଲୁହ ଧାର

ସାଜିଲ ଜନନାୟକ

ସ୍ଵର୍ଣ୍ଣ ଚତୁର୍ଭୁଜ ଗ୍ରାମ ସଡ଼କ ଯୋଜନା

ତୁମ ମହାର୍ଘ୍ୟ କିରତୀ ଗାଇ

ଝୁରୁଛି ଭାରତ ଭୂଇଁ।3।

ରାଷ୍ଟ୍ର ଭକ୍ତି ଭାବନା ଜନ ସେବା ପ୍ରେରଣା

କରିଲ ପ୍ରଧାନ ବ୍ରତ

ଜୟ ପରାଜୟର ଭାବ ଚେତନାର

ଥିଲ ଉର୍ଦ୍ଧ୍ଵରେ ସତତ

ଆହେ ଯୁଗ ସ୍ରଷ୍ଟା

ନବ ସ୍ଵପ୍ନ ଦ୍ରଷ୍ଟା

ଏ ଦେଶ ଟିକିଏ ଋଣ ଶୁଝିଛି

ଭାରତ ରତ୍ନ ଉପାଧି ଦେଇ

ଆସ ନବ ଜନ୍ମ ନେଇ।4।

ହୃଦୟ ଅର୍ଘ୍ୟ ଢାଳି

ଏଇ ଦେଶ କଥା ଭାଳି

ରଖି ଲ ମହା ଆଦର୍ଶ

ମୋ ଭାରତ ବର୍ଷ ତୁମ ଭାବନାରେ

ଏକ ଭୂଖଣ୍ଡ ନୁହେଁ

ଏଯେ ଜୀବନ୍ତ ରାଷ୍ଟ୍ର ପୁରୁଷ

ହେ ଅମଳିନ ଜ୍ୟୋତି

ବାଢୁଛୁ ପ୍ରଣତି

ତୁମରି ଚରଣ ଛୁଇଁ

ଆସ ନବ ଜନ୍ମ ନେଇ

ଝୁରୁଛି ଭାରତ ଭୂଇଁ।5।

ହେ ବିଶ୍ଵ ନାୟକ

ହେ ଚିର ବରେଣ୍ୟ

ଅଟଳ ବାଜପେୟୀ

ଆସ ନବ ଜନ୍ମ ନେଇ....।


Rate this content
Log in