ଭୁଲଟିଏ କଲି
ଭୁଲଟିଏ କଲି
ମୁଁ କେଡେ ଭୁଲଟିଏ କଲି
ବୁଝି ନ ବିଚାରି
ମନ ନ ବିଚାରି
ସତ ଖୋଲି କହିଦେଲି....।0।
ମୁଁ କେଡେ ଭୁଲଟିଏ କଲି
ଜାଣିଲି ତ ନାହିଁ କେମିତି ଅଛନ୍ତି
କି ଭାବେ ଅଛି ତାଙ୍କ ମନ
କେଉଁ କଥା ଭାବି ଅଛନ୍ତିକି ରାଗି
ମନ ହେଉଛି କି ଦହନ
ନିଜେ ବାଢି ପ୍ରଶ୍ନ
କରିଲି ବିଷର୍ଣ୍ଣ
ତାଙ୍କୁ ନିଜେ ଆନମନା କଲି....।1।
ମୁଁ କେଡେ ଭୁଲଟିଏ କଲି
ତାଙ୍କ ଆଚରଣ ଦେଖି ସଖି ଗଣ
ସଖି....,ସଖି.....
ତାଙ୍କ ଆଚରଣ ଦେଖି ସଖି ଗଣ
ଥରି ଉଠୁଛି ମୋ ଛାତି
ଦୁଃଖ ମନେ ଦେଲି ମହା ଭୁଲ କଲି
କ୍ଷମା ମାଗିବି କେମିତି
ତାଙ୍କ ବଡ ପଣ
ନୁହେଁ ମୁଁ ଭାଜନ
ମୋ। ମୁହଁ ଦେଖାଇବି ବୋଲି,,,,,।2।
ମୁଁ କେଡେ ଭୁ ଲ ଟା ଏ କ ଲି
*********
କଲ୍ୟାଣୀ ନନ୍ଦ
ଫକୀର ମୋହନ ସାହିତ୍ୟ ପରିଷଦ,ବାଲେଶ୍ୱର
