ଆକାଶ
ଆକାଶ
ଆକାଶ କୁ ଯେବେ ପଚାରେ ମୁଁ,
ତମ ନିରବତାର ଜବାବ ଦିଅ,
ଆକାଶ କହେନା କିଛି
ପକ୍ଷୀଟିଏ ଯେମିତି ଆକାଶର
ବିଶାଳତା ପାଖରେ ନିଜକୁ
ତୁଛ ହେୟଜ୍ଞାନ ମନେକରେ
ମୁଁ କିନ୍ତୁ ପ୍ରତିଟି ନୀରବତା
ଆକାଶକୁ ପଚାରେ
ଆକାଶ କିନ୍ତୁ ନୀରବ ଦ୍ରଷ୍ଟା ପାଲଟିଯାଏ,
ପକ୍ଷୀସିନା ଉଡେ ଆକାଶ ଦେହରେ
ହାର ମାନେ ଆକାଶର
ବିଶାଳତା ପାଖରେ
ବାଜିପଣ ଜିତିବାକୁ ପକ୍ଷୀ
କିନ୍ତୁ ନଛୋଡ ବନ୍ଧା ।
