ସ୍ୱର୍ଗ
ସ୍ୱର୍ଗ
ମୁଁ ଯେବେ ଗଢିଦିଏ ନୂଆ ଏକ ସ୍ୱର୍ଗ
ମୋ କଳ୍ପନାର ସ୍ୱର୍ଗ
ସେଇଠି ଥିବ କ୍ଷମା ସ୍ନେହ
ପ୍ରୀତି ଭଲପାଇବା
ଯେଉଁଠି କେହି କାହାକୁ
ଆଘାତ ଦେଉ ନଥିବ
ଯନ୍ତ୍ରଣା ଦେଉ ନଥିବ
ପ୍ରାଣ ଭରି ଭଲ ପାଉଥିବ
ସବୁଠି ମଧୁସନ୍ଧାନ କରିପାରୁଥିବ
ଭଲପାଇବାର ଧର୍ମରେ
ଦୀକ୍ଷିତ ହୋଇଥିବ
ନା ହିଂସା ଥିବ ନା ଇର୍ଷା
ନା ଘୃଣାଥିବ ନା ପରଶ୍ରୀକାତରତା
ଚିର ଆନନ୍ଦ ର ଉଲ୍ଲାସ ରେ ସେ
ବ୍ରତୀ ହୋଇଥିବ
ନିଜ ପାଇଁ ନିଜେ ସ୍ୱର୍ଗ ଗଢ଼ିଥିବ
