ଆମରି ଅଜା
ଆମରି ଅଜା
ବୟସ ଅଜାଙ୍କ ନବେଠୁ ଅଧିକ
ମନଟି ଷୋହଳ ବର୍ଷ
ଆଈ ସଂସାରରେ ନାହାନ୍ତି ବୋଲିକି
ମୁଖେ ଫୁଟୁଥାଏ ହସ।୧
ନାକ ତଳେ ତାଙ୍କ ପ୍ରଜାପତି ନିଶ
ଧଳା ନୁହେଁ କଳା ପୂରା
ମୁଣ୍ଡର ବାଳ ବି ଫୁରୁଫୁରୁ ଉଡେ଼
ସାମ୍ପୁଦିଆ ଦେହ ଗୋରା।୨
ଛାତିର ବାଳ ବି କଳା ମଚ଼ମଚ଼
ଦେଖିଲେ ଲୋଭେଇ ଯିବ
ନାତୁଣୀ ଦେଖିଲେ ମନ ଆନନ୍ଦରେ
କହିବାରେ ଥାଏ ଭାବ?୩
ଧୋତି ଛାଡି଼ଦେଇ ଅଜା ଆଜିକାଲି
ହାପପ୍ଯାଣ୍ଟ ପିନ୍ଧୁଅଛି
ଷଣ୍ଢ ଗଞ୍ଜିଟିଏ ନାଇଦେଲେ ତାକୁ
ସୁନ୍ଦର ବି ଦିଶୁଅଛି।୪
ଦେହର ଚମଡା଼ ଲୋଚାକୋଚା ନୁହେଁ
ମୁଖରେ ପଡି଼ନି ଭାଙ୍ଗ
ସୁଠାମ ଚେହେରା ରାଜ କୁମାର ସେ
ଆହା କି ସୁନ୍ଦର ରଙ୍ଗ?୫
ପାନ ଖାଏନାହିଁ ଓଠ କିନ୍ତୁ ନାଲି
ପିଏନି ବିଦେଶୀ ପାଣି
ସ୍ମାର୍ଟଫୋନ ଧରି ବସି ଦେଖୁଅଛି
ମୁଖରେ ହସର ଠାଣି।୬
ଦାଣ୍ଡ ମଝିଟାରେ ଯେବେ ଠିଆ ହୁଏ
ନାତୁଣୀ ଯେତେକ ହେବେ
ଦୌଡି଼ ଆସିକରି ଫଟୋ ନେଇଯାନ୍ତି
ଫେସକୁକ୍ କାଳେ ଦେବେ।୭
ଅଜାଙ୍କ ମନ ତ ବଡ଼ କୁଲୁକୁଲୁ
ଦେଖିଲେ ନାତୁଣୀଟିଏ
କି କିମିଆଁ କରେ ସେହି ଜାଣିଥିବ
ଘଣ୍ଟାଘଣ୍ଟା ଗପୁଥାଏ।୮
ନାତୁଣୀ ମାନେ ବି ଅଜାଙ୍କର କଥା
ଶୁଣିବାକୁ ଭଲ ପାଇ
ରୁଣ୍ଡ ହୋଇଯାନ୍ତି ପାଖକୁ ଆସିକି
ଦେବେକୁ ହୃଦୟ ଥୋଇ।୯
ଅଜାଙ୍କର ଭାବ କୃଷ୍ଣକଳା ଥିଲା
ଷୋହଳସ୍ର ଗୋପୀ ପରି
ପ୍ରେମରେ ପ୍ରେମରେ ବଶ କରୁଥିଲା
ସ୍ବର୍ଗୀୟ କାମନା ଧରି।୧୦
