STORYMIRROR

Rabindra kumar Sahoo

Abstract Inspirational

4  

Rabindra kumar Sahoo

Abstract Inspirational

ରଜ ମଉଜ

ରଜ ମଉଜ

1 min
328

ବରଷକେ ଥରେ ଆସଇ ରଜରଜେ ଝିଅ ବୋହୂଏ

 ହୁଅନ୍ତି କେତେ ସଜବାଜ

 କେତେ ପିଠା ପଣା 

ନୂଆ ପୋଷାକ ପିନ୍ଧି

  ଝିଅ ବୋହୂ ପାଳନ୍ତି

 ହସ ଖୁସିରେ ଓଡ଼ିଆ ଙ୍କ

 ପାରମ୍ପରିକ ପର୍ବ ଏହି ଆମ ରଜ

   ନାନା ଅନ୍ନ ବ୍ୟଞ୍ଜନ 

  ତା ସାଙ୍ଗକୁ ମିଠା ଖିଲିପାନ ଖାଇ

   ଗାଁ ଠୁ ସହର ସବୁଠି ଚାଲିଥାଏ

   ଅତି ଆଡ଼ମ୍ବରେ ରଜ ମଉଜ ।


  ପ୍ରତି ଘରେ ଘରେ 

   ବାଡି ବଗିଚାରେ ଚାଲେ

  ନାନା ରକମର ଦୋଳି ଖେଳ

   ଝିଅ ଠାରୁ ବୋହୂ ସଭିଙ୍କ ମନରେ

   ଦେଖାଯାଇଥାଏ ଉତ୍ସାହ ପ୍ରବଳ 

  କୃଷି ଭିତ୍ତିକ ଅଟେ ଆମ ଏ ଗଣପର୍ବ

   ମାତା ବସୁମତୀ ହୁଏ ରଜସ୍ଖଳା ବୋଲି

   ଅଛି ଆମ ସଂସ୍କୃତି ରେ ଜନରବ

   ମାତା ବସୁମତୀ ଙ୍କର କରି ପୂଜନ

   ଓଡିଆ ଜାତିର ଏ ପର୍ବ ଅଟେ ତ ମହାନ୍ ।


  ମାତା ବସୁମତୀ ହୁଏ ଋତୁବତୀ

   ସେ ପାଇଁ ମାତାଙ୍କୁ କରି ପୂଜନ

   ଚିନ୍ତଇ ଏ ଜାତି କରିବା କୁ

   ଉତ୍ତମ ଫସଲ ଉତ୍ପାଦନ

   ସେ ପାଇଁ ଆମର ରଜ ତିନିଦିନ

   ସ୍ତ୍ରୀ ଲୋକମାନଙ୍କୁ

  ଗୃହ କାର୍ଯ୍ୟରୁ କରି ବିରତ ଜାଣ

   ମାତୃଭୂମି ମାତୃଜାତି କୁ

    ସର୍ବାଗ୍ରେ ରଖେଟି ଏ ଜାତି ପୁଣ

   ପଶା ତାସରେ ଘର ଠାରୁ ଦାଣ୍ଡ

   ହସ ଖୁସିରେ ନାରୀ ଓ ପୁରୁଷ

    କରିଥାନ୍ତି କମ୍ପମାନ

   ଧନ୍ୟ ଏ ଜାତି ଧନ୍ୟ ଏ ପରବ ରଜ

   ଭୁଲି ହିଂସା ଦ୍ଵେଷ ପର ଆପଣା ଭାବ

   ରଜରେ ଭୋଜିଭାତ ପିଠା ପଣା କରି

    ପାଳନ୍ତି ଏ ରଜ କରି ନାନା ମଉଜ ।


   ଆମ୍ବ, ପଣସ, ସପୁରୀ ବାସରେ

    ଘର ବାସଇ ମହ ମହ

   ବନ୍ଧୁଘର ବୁଲା ସହ

 ଦୂର ନିକଟ ବନ୍ଧୁଙ୍କ ସହ

  ହୁଏ ମହା ମିଳନ

   ଧନ୍ୟ ଧନ୍ୟ ଏ ଜାତି 

   ଏ ସଂସ୍କୃତି ପରମ୍ପରା ଧନ୍ୟ

  କେତେ ସଜବାଜ କେତେ ମଉଜ

  ଆହା କି ସୁନ୍ଦର ସଂସ୍କାର ସଂସ୍କୃତି ଆମ

    ସତେ କେଡ଼େ ମନଲୋଭା

   ଆମ ରଜ ମଉଜ ।


     


  


Rate this content
Log in

Similar oriya poem from Abstract