ଜୀବନ
ଜୀବନ
ଏ ଜୀବନ ନୁହେଁ ଚିରଦିନ ପାଇଁ କର୍ମର ନିମନ୍ତେ ପ୍ରାପ୍ତି
କର୍ମ କରେ ଯେହୁ ଜନଙ୍କ କଲ୍ୟାଣେ
ରାଷ୍ଟ୍ରେ ଥାଏ ତା'ର ପ୍ରୀତି !!
ସ୍ଵର୍ଣ୍ଣ ଅକ୍ଷରରେ ଲିପିବଦ୍ଧ ହୁଏ ଚିରଦିନ ସ୍ମୃତି ରୁହେ
ଜନହିତକର ସମାଜ ନିର୍ମାଣେ
ପ୍ରେମ ପ୍ରୀତି ଗଙ୍ଗା ବହେ !!
ଆଦର ତାଙ୍କର ବିଶ୍ବର ଭୂମିରେ ମୋଦି ପରି କିଏ ହେବ
ଦିବାରାତ୍ରି ଯା'ର ପ୍ରଜାଙ୍କର ଚିନ୍ତା
ନୂଆ ଭାରତ ଗଢ଼ିବ !!
ନିରାଶା ଭୂମିରେ ଆଶା ବୁଣି ଦେଲେ ଆତ୍ମନିର୍ଭର ଟି କଲେ
ଶକ୍ତିଶାଳୀ ପରା ଭାରତ କରିଲେ
ରାମରାଜ୍ୟକୁ ଆଣିଲେ !!
ଡିଜିଟାଲ୍ କଲେ ସମ୍ପୂର୍ଣ୍ଣ ଭାରତ ଏକ ସୂତ୍ରେ ବାନ୍ଧି ଦେଲେ
ନାହିଁ ଭେଦଭାବ ନାହିଁ ଜାତିଭେଦ
ସମାନ ସୁବିଧା କଲେ !!
ଗ୍ରାମୀଣ ଭାରତ ହସି ଉଠିଲାଣି ସବୁ ସୁବିଧାରେ ପୂର୍ଣ୍ଣ
ବିଦେଶ ଗାଉଛି ମୋଦିଙ୍କର କୀର୍ତ୍ତି
କରୁଅଛି ନିମନ୍ତ୍ରଣ !!
ସୁପର ପାୱାର୍ ଆମେରିକା ଦେଖ କରିଅଛି ଆମନ୍ତ୍ରଣ
ସଂସଦେ ତାଙ୍କର ଦେବେ ସେ ଭାଷଣ
ପ୍ରଧାନ ଦେଶର ଜାଣ !!
ରାଜକୀୟ ଭୋଜି ସମ୍ମାନେ ତାଙ୍କ କରିବ ସୁପର ପାୱାର୍
ଏହୁ ତ ଗୌରବ ଭାରତ ମାତାର
ଶାନ୍ତିର ସନ୍ଦେଶ ଯା'ର !!
ବିଶ୍ବକୁ କୁଟୁମ୍ବ ଭାବେ ଟି ଭାରତ ଧର୍ମ ସନାତନ ଯା'ର
ସବୁ କ୍ଷେତ୍ର ଯହୁଁ ଶକ୍ତିଶାଳୀ ରାଷ୍ଟ୍ର
ଗୁଞ୍ଜୁଛି ସାରା ସଂସାର !!
ଭାରତ କଥାର ମାନ୍ୟତା ବିଶ୍ବରେ ଏହୁ ଅଟେ ଆର୍ଯ୍ୟଭୂମି
ଯହିଁ ଜନ୍ମ ପରା ପ୍ରଭୁ କୃଷ୍ଣ ରାମ
ଏହୁ ଋଷିଙ୍କର ଭୂମି !!
ବୁଦ୍ଧ ଗାନ୍ଧୀଙ୍କର ଜନ୍ମଭୂମି ପରା ମହିମା ଗୁଞ୍ଜେ ଯାହାର
ମୋଦି ମୋଦି ରାବ ଗୁଞ୍ଜୁଛି ବ୍ରହ୍ମାଣ୍ଡେ
ଅମୃତ କାଳ ଦେଶର !!
ଆହୁରି ସମୃଦ୍ଧ ହୋଇବ ଭାରତ ବିଦେଶ ଯାତ୍ରାରେ ତାଙ୍କ
ପୂର୍ଣ୍ଣ କରିଦେବେ ସବୁ ବୈଭବରେ
ନ ରଖିବେ କିଛି ବାଙ୍କ !!
