ଆଡ଼ପ ମଣ୍ଡପେ ତିନି ଠାକୁର
ଆଡ଼ପ ମଣ୍ଡପେ ତିନି ଠାକୁର
ଦେଖିବ ଭକତ ଭକ୍ତି ନୟନେ
ଆଡ଼ପ ମଣ୍ଡପେ ମଧୁସୂଦନେ
ରଥର ଉପରେ ଭକ୍ତି ପୂ ଜ ନ
ଶଙ୍ଖ ହୁଳହୁଳି ନାମ ଗୁ ଞ୍ଜ ନ
ଆଳତି ଓ ସନ୍ଧ୍ୟା
ପ୍ରେମ ଓ ଶ୍ରଦ୍ଧାର ବନ୍ଧନେବନ୍ଧା ।
ପହଣ୍ଡିହେବେ ଟି ସନ୍ଧ୍ୟାର ପରେ
ଆଡ଼ପମଣ୍ଡପେ ଯିବେସେ ଧିରେ
ଭାଇ ଓ ଭଉଣୀ ଧରି ସଙ୍ଗରେ
ଭକ୍ତଦେଖୁ ଥିବ ଭକ୍ତି ନେତ୍ରରେ
ମୃଦଙ୍ଗ କାହାଳୀ
ବାଜୁ ଥିବ ଟି ସଙ୍ଗେ କରତାଳି ।
ସଜ୍ଜିତ ହେବ ଆଡ଼ପ ମଣ୍ଡପ
ଦେଖୁ ଥିବେ ଭକ୍ତ ରହି ସମୀପ
ତୁଳସୀ ଚନ୍ଦନ ଥିବ ଟି ପାଖ
ଜଳୁ ଥିବ ଧୂପ ଦୀପ ସମୁକ୍ଷ
ମଣିମା ମଣିମା
ଗୁଞ୍ଜୁ ଥିବ ତହିଁ ଜଗା ମହିମା ।
ଦିବ୍ୟ ଦର୍ଶନ କରିବେ ଲକ୍ଷ୍ୟ
ପାପ ଓ ଯନ୍ତ୍ରଣା ଦୂର ପ୍ରତ୍ୟକ୍ଷ
ଭାବର ବନ୍ଧୁ ଜଗତର ନାଥ
ଅନାଦି ଅନନ୍ତ ଶ୍ରୀ ଜଗନ୍ନାଥ
ପ୍ରଭୁ ସୃଷ୍ଟି କର୍ତ୍ତା
ପୃଥି ଚରାଚର ପରା ନିର୍ମାତା ।
ସଦା ଭକ୍ତି ରହୁ ଜଗା ଚରଣେ
ଗୁଞ୍ଜୁ ଥାଉ ମୁଖେ କାଳିଆ ପ୍ରାଣେ
ଜଳ ଚିରି ଫୁଟେ ପୁଷ୍ପ କମଳ
ଫୁଟ ମୋର ହୃଦେ ତୁ ଚକାଡୋଳ
ମନରେ ଆକୁଳ
ଦୂର କର ମୋର ପ୍ରଭୁ ବ୍ୟାକୁଳ ।
କରିବି ଦର୍ଶନ ହେ ଚକାନୟନ
ଆଡ଼ପ ମଣ୍ଡପେ ଦିଅ ଦର୍ଶନ
ହେଶ୍ୟାମ ଘନ ଦେବକୀ ନନ୍ଦନ
ମାତାଯଶୋଦା ର ହେ ପ୍ରାଣ ଧନ
ରଖିବୁ ନଜର
ନ କରିବୁ ପ୍ରଭୁ ଦିନେ ତୁ ଦୂର ।
