STORYMIRROR

SUKANTA KHANDA

Abstract

4  

SUKANTA KHANDA

Abstract

ବନ୍ଧୁଟା ମୋର

ବନ୍ଧୁଟା ମୋର

1 min
208


ଛୋଟ ବୟସରୁ ସାଙ୍ଗ ହେଉଥିଲୁ

   ପାକଳ ବୟସ ଯାଏ

କ୍ଷୀର ନୀର ପରି ସମ୍ପର୍କ ଆମର

   ବିଚ୍ଛେଦରେ ଦୁଃଖ ହୁଏ।


ଦେହର ଛାଇଠୁ ଆହୁରି ନିବିଡ଼

   କେ'ଦେଲା ବିଛେଦ କରି

ଆମେ ଦୁହେଁ ଏବେ ସର୍ପ ଓ ନକୁଳ

   ମୁହଁ ଦେଖାଉନୁ ଘୂରି।


ଆଜିକାଲି ସିଏ ଶତ୍ରୃ ଭାବିକରି

   ଲୋକଙ୍କୁ ମତେଇ ଦେଇ

ସମ୍ପର୍କଟା ପୂରା ତିକ୍ତ କରିଦେଇ

   ଆତ୍ମଗର୍ବେ ମତ୍ତହୋଇ।


ବାହା ହୋଇଗଲା କୁକର୍ମକୁ ଧରି

   ଧରିପଳା ଯେବେ ହେଲା

ଘର ପରିବାର ବନ୍ଧୁ ବାନ୍ଧବଠୁ

   ଅଭିଶାପ ମୁଣ୍ଡେଇଲା।


ପତ୍ନୀ ତ ତାହାର ସଜ ମଲ୍ଲୀଫୁଲ

   ରାତ୍ରୀର ରଜନୀଗନ୍ଧା

ପ୍ରେମର ଦୋଳିରେ ସଦା ବସିବାକୁ

   ଦଉଡି଼ରେ ହେଲା ବନ୍ଧା।


ବର୍ଷକ ଭିତରେ ଫଳ ଫଳିଗଲା

   ଦେଖିଲା କନ୍ଯାରତ୍ନକୁ

ବଡ଼ ଊତ୍ସାହରେ ଲାଳନ ପାଳନ

   ଲଦିଲା ଋଣ ଭାରକୁ।


ଦୁଇ ବର୍ଷ ଯେବେ ପୂର୍ଣ୍ଣ ହୋଇଗଲା

   ଦ୍ବିତୀୟ ତା' ଉପହାର

ସେଇ କନ୍ଯା ଦେଖି ପଥର ଛେଚିକି

   ମାରିଲା ହାତରେ ତାର।


ତୃତୀୟ ବର୍ଷରେ ଜନ୍ମିତ ଶିଶୁର

   ଶୁଣିଦେଲା କୁଆଁରାବ

ଦୌଡି଼କି ଦେଖିଲା ସେଇ ଏକାକଥା

   ଝିଅଠାରେ ନାହିଁ ଭାବ।


ଲୁହ ଛଳଛଳ କରି ସେ ଆସିକି

   କହିଲା ବନ୍ଧୁ ହେ ତୁମେ

ଝିଅ ସନ୍ତାନକୁ ଜନ୍ମ ଦେଉଅଛୁ

   କାହିଁକି କୁହ ଏ ଭୂମେ?


ଭୁଲି ଯାଇଥିଲା କହିଥିବା କଥା

   ଅପଭାଷା ଫିଙ୍ଗିଥିଲା

ହାତକୁ ଧରିକି କୁଣ୍ଢାଇ କହିଲି

   ଅଭିଶାପ ଫଳିଗଲା।


       


Rate this content
Log in

Similar oriya poem from Abstract