ଗୁରୁ
ଗୁରୁ
ଗୁରୁ ପାଦେ ସଦା ରଖିଲେ ଲୟ,
ସକଳ କାର୍ଯ୍ୟରେ ହୋଇବ ଜୟ.
ଗୁଣାତୀତ ରୁପାତୀତ ପୁଣ୍ୟ ଏକ ଶବ୍ଦ,
ବିଶାଳ ହୃଦୟେ ଯାର ନାହିଁ ତିଳେ ଭେଦ.
ଯାହାଙ୍କ ଚରଣୁ ବହେ ଜ୍ଞାନ ଗଙ୍ଗା ଧାର,
ସମାଜ ଗଠନେ ଶକ୍ତି ଅତି ନିଷ୍ଠାପର.
ଜାତି ଧର୍ମ ନିର୍ବିଶେଷେ ଶିଷ୍ୟ ଯାର ପ୍ରାଣ,
ମାଟି ପଥର ଶିଷ୍ୟେ ଦିଅନ୍ତି ଦିବ୍ୟ ଜ୍ଞାନ.
ଅନ୍ଧକାର ନାଶି ଆଲୋକ ପଥ ଦେଖାନ୍ତି,
ଶିଷ୍ୟକୁ ତିଆରିବା ପାଇଁ ସେ ଜଳନ୍ତି.
ନିଜେ ଜଳନ୍ତି ଉଜ୍ଜ୍ୱଳ ଜ୍ଞାନ ଦୀପ ହୋଇ,
ନିସ୍ଵାର୍ଥପର ବ୍ୟକ୍ତିତ୍ୱ ପ୍ରତି ଶିଷ୍ୟ ପାଇଁ.
ପିତାମାତା ଆଦ୍ୟଗୁରୁ ଜନମ ଦିଅନ୍ତି
ଶିକ୍ଷାଗୁରୁ ଶିକ୍ଷାଦାନେ ମହାନ କରନ୍ତି.
କାଦୁଅ ପେଣ୍ଡୁଳାଟିଏ ଶିଷ୍ୟ ଜନ୍ମବେଳେ,
ରୂପ ପାଇ ଶ୍ରେଷ୍ଠ ହୁଏ ଗୁରୁକୃପା ବଳେ.
ବ୍ରହ୍ମା ବିଷ୍ଣୁ ଶିବ ଗୁରୁ ଦେହରେ ବସନ୍ତି,
ଏକଲବ୍ୟ, ଅରୁଣିମା, ଅର୍ଜୁନ ଗଢ଼ନ୍ତି.
ସ୍ୱୟଂ ଭଗବାନ କୃଷ୍ଣ ଗୁରୁ କରିଥିଲେ,
ସନ୍ଦୀପାନୀ ମହାଋଷି ପାଦ ସେବୁଥିଲେ.
ସୁନ୍ଦର ସୁରମ୍ୟ,ରୂପ କଳାସ୍ଥାପତ୍ୟର,
ବିଶ୍ୱକର୍ମା ଶିଳ୍ପୀ ଶ୍ରେଷ୍ଠ ପୁରାଣ ପୃଷ୍ଠାର.
ଶିଷ୍ୟ ଜୀବନରେ ବିଶ୍ୱକର୍ମା ନିଶ୍ଚେ ଗୁରୁ,
ଲଟା ଘାସ ତୃଣ ହୋଇଯାଏ ମହାମେରୁ.
ପଥରକୁ ମୂର୍ତ୍ତିମନ୍ତ ମାଟିକୁ ଜୀବନ୍ତ,
ଜିତେନ୍ଦ୍ରିୟ କରିବାରେ ଗୁରୁ ସାମରଥ.
ସତ୍ୟ, ଶାନ୍ତି, ଦୟା, କ୍ଷମା ଗୁରୁଙ୍କ ସ୍ଵଗୁଣ,
ଜ୍ଞାନ ସାଗରୁ ବାଂଟୁଥାନ୍ତି ଦିବ୍ୟ ଜ୍ଞାନ.
ଭଗବାନ ସ୍ୱୟଂ ଶୁନ୍ୟ ଗୁରୁଙ୍କ ନିକଟେ,
ଗୁରୁ କୃପାରୁ ସକଳ ବନ୍ଧନ ତ ତୁଟେ.
ହରି, ରାମ କୃଷ୍ଣ ନାମ ହୁଅଇ ବିଫଳ,
ସଂସାର ସାଗରେ ଗୁରୁ ନାମ ଏକା ବଳ.
ଗୁରୁମୟ ଜଗତ ଗୁରୁ ବିନା ମୁକ୍ତି ନାହିଁ,
ପାଞ୍ଚ ଗୁରୁ ଜୀବନରେ ଘେନ ଦୀକ୍ଷା ଭାଇ.
ଗୁରୁ ପାଦପଦ୍ମେ ସଦା ରଖିଲେଟି ଲୟ,
ସକଳ କାର୍ଯ୍ୟରେ ସଦା ହୋଇବଟି ଜୟ.
ଏଣୁ ଗୁରୁଙ୍କୁ କେବେ ନମଣିବ ନର,
ଗୁରୁ ସଦା କାଳେ କାଳେ ସୋୟମ ଈଶ୍ୱର ।