ବହୁ ଆଶାରେ ଉତ୍କୃଷ୍ଟ
ବହୁ ଆଶାରେ ଉତ୍କୃଷ୍ଟ
ପ୍ରତିମଣିଷର ଭିତରେ ରହିଛି
ନିଜସ୍ୱ ମହତ ଗୁଣ,
ନ ବୁଝେ ସେକଥା ହୁଏ ଉଗ୍ର ଚେତା
ହରାଏ ସ୍ବଧର୍ମ ମାନ,
ଯେମନ୍ତେ କସ୍ତୁରୀ ପାଇଁ,
ମୃତ୍ୟୁ ଲଭେ ମୃଗ, ମହକେ ଆବେଗ,
ନିଜ ଦେହେ ଥାଏ ରହି।...
ବୟସ ବଢୁଛି ନାଟକ ସରୁଛି
ଶେଷ ଦୃଶ୍ୟ ଯାହା ବାକି,
ଭୁଲ ଠିକ କେତେ ହେଉଛି ନାଟକେ
ନିର୍ଦେଶକ ଅଛି ସାକ୍ଷୀ,
ପରଂବ୍ରହ୍ମ ନିର୍ଦେଶକ,
ଫେଇ ଶୂନ୍ୟ ଆଖି କରମ ନିରେଖି
ଦେଖନ୍ତି ପରା ନାଟକ..।
ଶ୍ରେଷ୍ଠ ବିଚାରକ ସେହିମାତ୍ର ଏକ
ଜାଣେ ପରା ଏ ଜଗତ,
କର୍ମ ସୂତ୍ର ଦେଖି ଫଳଫଳ ଥାଏ ରଖି
ଯୁଗେ ଯୁଗେ ଏହା ସତ୍ୟ।
ଶୁଣରେ ମଣିଷ ଭାଇ,
ଅମୃତଠୁ ଲଭି ଜନମ, ଜୀବନ
ନଷ୍ଟ କର କାହିଁ ପାଇଁ.।
ଆସିଅଛ ଏକା ଫେରିଯିବ ଏକା
ସାଙ୍ଗରେ ନ ଯିବେ କେହି,
ସବୁ କର୍ମଫଳ ହୋଇବ ବିଫଳ
ଅଧାବାଟେ ଯିବେ ରହି।
ଧର୍ମ ଫଳ ଯାହା ଥିବ,
ତାକୁତ ସଙ୍ଗରେ ନେଇକରି ଯିବ
ପଥକୁ ସଙ୍ଖାଳି ହବ..।
ମାନବ ଶରୀର ନୁହେଁଟି ତ ଚୀର
ନିଜସ୍ୱ କିଛି ନାହିଁତ,
ପରଖାଦ୍ୟ ଖାଇ, ପରଘରେ ରହି
ପରବିଦ୍ୟାରେ ପଣ୍ଡିତ,
ପର ଧନ ବଳେ ଆଣ୍ଟ,
ପରକାନ୍ଧେ ଯିବୁ ତୋ ନିଜ ଘରକୁ
ଛୁଟିଲେ ତୋହର ଘଟ.।
ଧନ ଦାରା ସୁତ ସମ୍ପର୍କ ଅମୃତ
ପରାଏ ଲାଗଇ ଏଠି,
ଜୀବଗଲେ ସୁନାରୂପା କାଢ଼ି ନେବେ
ମୁହଁରେ ଦେବେଟି ମାଟି।
କରିଥିଲେ ଦାନ ପୁଣ୍ୟ,
ମରିଗଲା ପରେ ନେବୁଟି ସେପୁରେ
ଭୁଞ୍ଜିବୁ ସେ ପୁଣ୍ଣ୍ୟଧନ.।
ଏହି ଶେଷ କଥା ମନରେ ରଖିଥା
ଧନରେ ନଦେବୁ ମନ,
ଖାଇଯିବ ପେଟ, ନେଇଯିବ ଖଣ୍ଟ
ଧନ ହେବ ଅକାରଣ,
ଦାନ ଧର୍ମ କର ନିତି,
ମାନବ ସେବାରେ ମାଧବ ମିଳନ୍ତି
ହୃଦେ ଥିଲେ ପ୍ରେମ ଭକ୍ତି ।