Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Sadananda Sahoo

Abstract Classics Inspirational

4  

Sadananda Sahoo

Abstract Classics Inspirational

କରୋନା କାଳରେ ରଜ

କରୋନା କାଳରେ ରଜ

1 min
267


କରୋନା କାଳରେ ରଜ ପାଳିବାରେ

  ନିୟମ କାନୁନ ମାନି

ସାମଜିକ ଭାବ ରଖିବା ଅକ୍ଷୁର୍ଣ୍ଣ

 ମନ ଊଣା କରିବାନି   ।


ପହିଲି ରଜର ପହିଲି ପୁଲକ

   ମନେ ଭରିଦିଏ ଆଶା

ଉତ୍କଳୀୟ ପ୍ରାଣ ଜାଗିଉଠେ ପୁଣ

   ମୁକ୍ତାବିନ୍ଦୁ ଢାଳେବର୍ଷା  ।


ରଜ ଗଣପର୍ବ ଓଡ଼ିଶାରେ ଶ୍ରେଷ୍ଠ

   ସଂସ୍କୃତି ବିଭବ ଛବି

ନିଆରା ଏ'ପର୍ବ ଆଣେ ନୂଆଭାବ

    ସର୍ବଜନ ଅନୁଭବି  ।


କୃଷି କୃଷକର ଏ'ପର୍ବ ମହାନ

    ପୁଲକିତ ମନପ୍ରାଣ

ଆଶା ଆକାଂକ୍ଷାରେ ଶୁଭ ସେ'ମନାସେ

   ବୀଜ ବିପଣନେ ଜାଣ ।


ରଜ ସଜବାଜ ମନେ ଆଣେ ସ୍ବପ୍ନ

    କୁଆଁରୀ ଲଳନା ହସେ

ଆର ବରଷକୁ ସାଜିବ ସେ'ବଧୂ

    ସପନ ରାଇଜେ ଭାସେ ।


 ପିଠାପଣା ଖାଇ ଦୋଳିରେ ଝୁଲଇ

     ସ୍ବପ୍ନହୁଏ ଉଦ୍ଭାସିତ

ସାଙ୍ଗସାଥୀ ମେଳେ ନାଚିଖେଳି ବୁଲେ

     ନିଆରା ଏ'ରଜ ମିତ ।


ଭଳିଭଳି ପିଠା ଗଢିଦିଏ ମାଆ

    ଆରିଶା କାକରା ମଣ୍ଡା 

ସବୁଠୁ ବଢିଆ ଲାଗେ ପୋଡ଼ପିଠା

    ରୁଚେନାଇଁ ଭାତଗୁଣ୍ଡା  ।


କୁଳର ଗାରିମା ସତେକି ଚନ୍ଦ୍ରମା

    ଓଡ଼ିଆ ଘର'ର ବଧୂ

ରଜେ ସଜବାଜ ହୋଇ ସାଜେମିତ

   ହସେ ତା'ର ପ୍ରାଣ ସିନ୍ଧୁ  ।


ବାପଭାଇ ମୋର ଆସିବେତ ଆଜ

   ସଙ୍ଗେନେଇ ରଜଭାର  

ସ୍ନେହର ରଂକୁଣି ମୋ'ମାଆ ପୁଣି

    ଯତନେ ସଜାଡ଼ି ଥିବ ।

  

ପ୍ରାତଃସ୍ନାନ ସାରି ନଵବସ୍ତ୍ର ପିନ୍ଧି

     ରହିଛି ଅନାଇ ବାଟ

ହାୟରେ କରୋନା ଦାଉତୁ ସାଜନା

   ସମ୍ପର୍କରେ ହେବଫାଟ ।


ହାତରେ ମେହେନ୍ଦି କପାଳରେ ବିନ୍ଦି

    ପାଦରେ ଅଳତା ଗାର

ନାଲି ଶଙ୍ଖାଚୁଡ଼ି ସରାଗେ ନାଇଁଛି

    ଆସିବ ତା' ପ୍ରିୟବର ।


ସଜେଇ ହୋଇଚି ନଵବଧୂ ଆଜି

    ରଜର ମହତ୍ତ୍ବ ବୁଝି

କରୋନା ସଙ୍ଗରେ ଯୁଝିବା'ତ ସର୍ବେ

    ପାଳନେ ଦୂରତା ରଖି  ।


ବସୁମତୀ ସ୍ନାନ ଧୋଇନେଇ ଯିବ

   କରୋନା ଭୁତାଣୁ ସବୁ

ପ୍ରଭୁ ଜଗନ୍ନାଥ ସଦୟ ହୋଇବ

   ଶତ ପ୍ରଣିପାତ ବିଭୁ ।


Rate this content
Log in