ରଜ ମଉଜ
ରଜ ମଉଜ
ଜ୍ୟେଷ୍ଠ ଅନ୍ତେ
ଆଦ୍ୟ ଆଷାଢ଼
ଉଷ୍ମ ଭିତରେ ମାଟି ମାଆ ଆଦ୍ର,
ରଜସ୍ୱଳା ହେବେ
ଧରଣୀ ରାଣୀ
ପାଳିବେ ସବୁ ରଜ ।
ଝିପି ଝିପି ବର୍ଷା
ମାଟି ଭିଯାଇବ
କୁଆଁରୀ ମାନଙ୍କ ରଜ ପର୍ବ
ଭିଜା ମାଟି ମହକେ
ଆନ୍ଦୋଳିତ କୁମାରୀ ମନ
ରଜ ଦୋଳି ରେ ଝୁଲି ଦେଖେ
ରାଜ କୁମାର ସ୍ବପ୍ନ।
ଚାରି ଦିନ ରଜ
ପରବ ବିଧାନ
ବସୁମତୀ ଙ୍କ ବିରାମ ଦିନ,
କଦଳୀ,ଗୁଆ ଖୋଳପା ପାଦେ ନାଇ ମାଟି ମା ' ଙ୍କୁ ଦୁଃଖ ନ ଦେବା ଝିଅ ନାରୀ ଙ୍କ ଧର୍ମ।
ପହିଲି ରଜ ରେ
ଷୋହଳ ଶୃଙ୍ଗାର ନୂତନ ବସ୍ତ୍ର ପରିଧାନ,,
ରଜ ଦୋଳି ବିଡ଼ିଆ ପାନ
ଖାଇ ପୋଡ଼ ପିଠା ରେ ଥାଏ ସବୁରି ମନ।
ସାଙ୍ଗ ସାଥି ମେଳେ ବନ୍ଧୁ ଘର ବୁଲା
ଝିଅ ଙ୍କ ଖୋ ଖୋ
କେରମ୍, ଲୁଡୁ, ଦୋଳି ଖେଳ ର ଆନନ୍ଦ,,
କବାଡି,କୁସ୍ତି ତାସ୍ ଖେଳି ବାକୁ ପୁରୁଷ ଙ୍କ ନଥାଏ ମନେ ଖେଦ।
ଦ୍ଵିତୀୟ ଦିବସ ମିଥୁନ ସଂକ୍ରାନ୍ତି ମହାନ ଉତ୍ସବ ପରମ୍ପରା ନୀତି ଆମ,,
ତୃତୀୟ ଦିବସ ହରଷ ଉଲ୍ହାସ
ପ୍ରୀତି, ମମତା ବାଣ୍ଟି ପ୍ରୀତି ଭୋଜନ
ନାମ ସଙ୍କୀର୍ତ୍ତନ ଗାଆଁ ମୁଖରିତ
ରଜ ମଉଜେ ମର୍ତ୍ତ୍ୟ ରେ ଏକାକାର ଭଗବାନ ଓ ଭକ୍ତ।
ଚତୁର୍ଥ ଦିବସ ବିରାମ ଭଙ୍ଗ
ବସୁମତୀ ଙ୍କ ସ୍ନାନ ପର୍ବ,,
ଅଳତା,କୁଙ୍କୁମ,ହଳଦୀ ଲେପନ
ନାରୀ, କୁଆଁରୀ ଙ୍କ ରଜ ଫେରିଯିବ
ବିରହେ ମନ ଆନ୍ଦୋଳନ।
ଚଷା ଭାଇ ହଳ ଲଙ୍ଗଳ ନେଇ
ମହା ଆନନ୍ଦ ରେ ଭୂମି କରେ ଚାଷ,,
ବସୁମତୀ ଙ୍କୁ ପ୍ରଣାମି ଶସ୍ୟ ଉତ୍ପାଦନ କାମରେ,,
ନିୟୋଜିତ ହୋଇ ଅନ୍ନ ଯୋଗାଏ ହୋଇ ହରଷ।
ଏ ଧାରା ଧାମ ରେ
ବରଷ କୁ ଥରେ ଆସିଥାଏ ଏହି ରଜ,
ଏସନ ବିତିଲେ ଆରସନ କୁ ଝିଅ,ଭୁଆସୁଣୀ,ନାରୀ,ବୋହୂଙ୍କ ପ୍ରତୀକ୍ଷା ଆତୁର କେବେ ଡାକ ଦେବ ବନସ୍ତେ ଗଜ,
ପୁଣି ଆସିବ ମଉଜ ର ପର୍ବ ରଜ।
