Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Manoja kumar Pattnayak

Abstract Classics

4.6  

Manoja kumar Pattnayak

Abstract Classics

ଓଡ଼ିଆ ଭାଷା ମୋ ମାତୃଭାଷା

ଓଡ଼ିଆ ଭାଷା ମୋ ମାତୃଭାଷା

1 min
168


ଓଡ଼ିଆ କହିବା ଓଡ଼ିଆ ଲେଖିବା

ଭଲଲାଗୁ ନାହିଁ ଆଉ

ଓଡ଼ିଆ ମଝିରେ ଇଂରାଜୀ କହିଲେ

ଉଚ୍ଚ ଶିକ୍ଷିତରେ ଗଣା ହେଉ ।

ମୋ ରାଜ୍ୟ ଓଡ଼ିଶା ମୋ ଭାଷା ଓଡ଼ିଆ

ଭାରି ଭଲ ଲାଗେ ଓଡ଼ିଶୀ

ଅତି ଭଲ ଲାଗେ ପୁଅ ଝିଅଙ୍କଠୁ

ନିଜ ସ୍ତ୍ରୀ ଠାରୁ ପୋଡ଼ଶି ।

ମୋ ଗାଁ ଇସ୍କୁଲର ପିଲାମାନେ ସବୁ

ସହର କଲେଜ ଗଲେ

ଖଣ୍ଡି ଇଂରାଜୀକୁ ଘୋଷିଦେଇ ଆସି

ଦାଣ୍ଡରେ ଚିବାଉ ଥିଲେ।

ମୋ ଗାଁର ଏହି ଦାଦନ ଭାଇଙ୍କୁ

ଦେଖି ଯାଅ ଆସିଥରେ

ସୁରଟରୁ ଆସି ଓଡ଼ିଆ ଜାଣିନି

ହିନ୍ଦୀରେ ସେ କଥା ହୁଏ ।

ବସିବାକୁ କୁହେ ବେଠ୍ ଯାଓ ବୋଲି

ଖାଦ୍ୟକୁ କୁହେ ଖାନା

ସେ କାଳେ କୁଆଡେ ଗାଉଁଳି ନୁହଁଇ

ସହରୀରେ ହୁଏ ଗଣା ।

ମୋ ଗାଁ ର ଏହି କୃଷକ ଭାଇକୁ

ଦେଖି ଯାଅ ଆସି ଥରେ

କ୍ଷେତକୁ ସେ ଆଉ ଲଙ୍ଗଳ ନେଉନି

ହଳ କରେ ମେସିନ୍ ରେ ।

ତା ପୁଅ କାଳେ ଇଂଲଣ୍ଡରେ ରୁହେ

ଦେଇଛି ହଳ ମେସିନ୍

ଗାଁ କୁ ସେ କାଳେ ଉନ୍ନତ କରିବ

ରୀତି ନୀତି ଭୁଲି ଯାଇ ।

ମୋ ଭାଷାର ଯେଉଁ ଆଦର ରହିଛି

ଦେଖି ଯାଅ ଥରେ ଭାଇ

ଇଂରାଜୀ ଭାଷା କୁ ଆଦରି ନେଉଛ

କାହାରି ଭରଷା ପାଇଁ ।

ଓଡ଼ିଆ ଭାଷା ମୋ ଭାରି ପ୍ରସ୍ଫୁଟିତ

ପ୍ରକୃତିର ଏଇ ଦାନ

ଓଡ଼ିଆ କହିକି ବାଜି, ଗୋପବନ୍ଧୁ,

ହୋଇଥିଲେ ଦିନେ ଲୀନ ।

ଭାଷା ଓଡ଼ିଆ ମୋ ବେଶ ଓଡ଼ିଆ

ଇଂରାଜୀ କହିବି କାହିଁ

ଇଂରାଜୀ କହି କି ଉଚ୍ଚଶିକ୍ଷିତ ରେ

ଗଣାହେବା ଲୋଡା ନାହିଁ ।

ନିଜ ଭାଷା ଯଦି ଦୁର୍ବଳ ରହିଛି

ରହିବନି କେବେ ମାନ

ସବୁବେଳେ ତୁମେ ଅପରାଧୀ ସାଜି

ପାଇବ ଯେ ଅ ସମ୍ମାନ ।

ମାତୃ ଭାଷାର ଏତେ ଯେ ମହତ

କେହି ପାରନ୍ତିନି ଜାଣି

ବ୍ରିଟିଶ୍ ଆସିକି କି ସାଧନା କଲେ

ସମସ୍ତେ ହୋଇଲେ ଗୁଣୀ।


Rate this content
Log in

Similar oriya poem from Abstract