STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଏହି ଅଳି ଶ୍ରୀ ପୟରେ

ଏହି ଅଳି ଶ୍ରୀ ପୟରେ

1 min
240


ଯା ମନ ଯେଡିକି  ତା ପ୍ରଭୁ ତେଡିକି

    ଶୁଣ ଗୁରୁ ଶଙ୍କର୍ଷଣ

ଧରମ ନାମରେ    କଳ୍ମଷ ପଙ୍କରୁ

     ଉଦ୍ଧାର ହେ ଭଗବାନ ।

ମଠ ଓ ମନ୍ଦିର   ଧରମ ପୀଠର

    ସମନ୍ୱୟ ହେଉ ନୀତି

ରହୁ ନିର୍ଦ୍ଧାରିତ  ସ୍ଥାୟୀ ବା ଅସ୍ଥାୟୀ

     ପରିଚାଳନା ସମିତି ।

ହେଉ ବ୍ୟବସ୍ଥିତ   ଭକ୍ତ ବିଶ୍ୱସ୍ତଙ୍କ

     କର୍ତ୍ତବ୍ୟ ସୁନିୟୋଜିତ

ସୁରୁଖୁରୁ ଚଳୁ   ଦିବ୍ୟ ନୀତି କାନ୍ତି

     ଯାନିଯାତ୍ରା ପୂଜାପାଠ ।

ଚଳ ଓ ଅଚଳ    ମନ୍ଦିର ପାଣ୍ଠିର

     ରହୁ ହିସାବ କିତାବ

ବରଷ ଶେଷରେ  ଅଧିକୃତ ଭାବେ

     ସୂଚାନ୍ତୁ ପରିଚାଳକ ।

ପ୍ରସନ୍ନ ରହନ୍ତୁ  ସର୍ବ ଦେବାଦେବୀ

    ଇଷ୍ଟ ଦେବ ପରମେଷ୍ଟ

ଗୁରୁ ବ୍ରହ୍ମା ବିଷ୍ଣୁ  ଦେବ ମହେଶ୍ୱର

    ଘେନ ମାନସ ଅଭୀଷ୍ଟ।

କଲ୍ୟାଣ କାରକ  ମଙ୍ଗଳ ବିଧାନ

    ଦିବ୍ୟ ଭବ୍ୟ ପରାମର୍ଶେ

ହେଉ ନିୟନ୍ତ୍ରିତ   ସୁପରିଚାଳିତ

    ଧର୍ମକ୍ଷେତ୍ର ପୁଣ୍ୟ ଅର୍ଥେ ।

      


Rate this content
Log in

Similar oriya poem from Classics