STORYMIRROR

Bijaya Kumar Swain

Abstract Classics

4  

Bijaya Kumar Swain

Abstract Classics

ଭଉଁରୀ ଯାତରା

ଭଉଁରୀ ଯାତରା

1 min
212


ଭଉଁରୀ ଯାତରା କରୁଛି ଲୋ ଜଗା

  ନରେନ୍ଦ୍ର ପୋଖରୀ ଜଳେ

ବିନା ଭକତ ରେ ଖେଳୁଛି ସେ ଖେଳ

  ଏହି ଘଡିସନ୍ଧି ବେଳେ।


ନଉକାରେ ରହି ଖେଳନ୍ତି ଭଉଁରୀ

  ମନେ ତାର ସୁଖ ନାହିଁ

ଭକତ ମେଳରେ ଯେଉଁ ସୁଖ ଥିଲା

  ଆଜି ତାହା ମିଳେ ନାହିଁ।


ଘରେ ବସି ଆଜି ଦୂରଦର୍ଶନ ରୁ

  ଦେଖି ସେ ଭଉଁରୀ ଖେଳ

ନୟନ କୋଣ ରୁ ଝରି ଆସେ ଲୁହ

 (ଭାବେ) କାହିଁ ଗଲା ସେହି ବେଳ।


ହେ କଳା ଠାକୁର ଏତିକି ମିନତି

   ଏ ଦୁର୍ଦ୍ଦିନ ଦୂରେଇ ଦିଅ

ସ୍ନାନ ଯାତ୍ରା ଆଉ ଗୁଣ୍ଡିଚା ଯାତ ରେ

 ଭକତ ମେଳ ରେ ଥାଅ।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract