କରୋନା
କରୋନା
ଘର ଠୁ ବାହାର ସବୁଠାରେ ଡର
ଅବସାଦ କରେ ବାଦ
ଅକାଳ ହୁଅଇ ସଭିଙ୍କୁତ କାଳ
ଆଖିରୁ ହଜଇ ନିଦ ।
ପ୍ରଥମ ଲହର ବୟସ୍କ ଙ୍କୁ ଗଲା
ଅନେକ ଯାତନା ଦେଇ
କଞ୍ଚା ବୟସକୁ ଦ୍ବିତୀୟ ଲହର
ପାରୁନାହିଁ ଜମା ସହି
ତୃତୀୟ ଆସୁଛି ଚିନ୍ତା ବଢାଉଛି
ଛୁଆଙ୍କ ପାଇଁ ବିପଦ
ଆଖିରୁ ହଜଇ ନିଦ ।
ହାତକୁ ଧୋଇବା ମାକ୍ସ ପିନ୍ଧିବା
ମାନିବାରେ କଟକଣା
କରିବାନି କାହିଁ ଗହଳି କେଉଁଠି
ହେବାନାହିଁ ଆନମନା
ତୁଚ୍ଛାଟାରେ ଜମା ବାହାରକୁ କେହି
କାଢିବା ନାହିଁରେ ପାଦ
ଆଖିରୁ ହଜଇ ନିଦ ।
ବାହାଘର ବ୍ରତ ଭୋଜିଭାତ ଦେଇ
ରୋଗକୁ ଡାକିବା ନାହିଁ
ନିଜକୁ ରଖିଲେ ଦୂରେଇ ଦୂରେଇ
ରୋଗ ପାରିବନି ଛୁଇଁ
ସୁତୁରା ରହିଲେ ସତର୍କ ରହିଲେ
କପାଳ ହେବନି ମନ୍ଦ
ଆଖିରୁ ହଜଇ ନିଦ ।
