ନୀରବ ଯନ୍ତ୍ରଣା
ନୀରବ ଯନ୍ତ୍ରଣା
ଭାବନା ରାଇଜେ ଦେଖିଲି
ମୁହୂର୍ତ୍ତଟିକୁ
ଦୁଇ ଗୋଟି ପକ୍ଷୀ ବସି ସଧିରେ,
ତଣ୍ଟକୁ ତଣ୍ଟରେ ଘଷି ହେଉଛନ୍ତି
ଏହା କି ଅଚର୍ଯ୍ୟ ସୃଷ୍ଟି ମଧ୍ୟରେ ।
ଧନ୍ୟ ହେ ଈଶ୍ୱର ହୃଦୟ ଯୋଡ଼ିଛ
ଜୀବ ଜଗତକୁ ଦୁଇ ଅକ୍ଷରେ,
ଅନାବିଳ ପ୍ରେମ ଭାବନା ମଞ୍ଜୁଳ
ଦେଖୁଥିଲି ଦୃଶ୍ୟ ମଧୁଶାଳାର ।
ଏ ମଣିଷ ପରା ସାମାଜିକ ପ୍ରାଣୀ
ଏ
ପରା ରହନ୍ତି ସ୍ବାର୍ଥ ପରାଏ,
ଆକାଶରେ ଦେଖ ପକ୍ଷୀ ଦଳ ଦଳ
ଖଗ ସମାଜ ଏ ନବ ଧରାରେ ।
ମାଆ ପକ୍ଷୀଟି ଭରିଛି ତଣ୍ଟରେ ଖାଦ୍ୟ
ଆଣିଦିଏ ଶାବକ ତୁଣ୍ଡ ,
ଶିଖ ରେ ମଣିଷ ପକ୍ଷୀ ଠାରୁ ଥରେ ପିଲା
ଛାଡ଼ି ଯାଅ ପରର ମୁଣ୍ଡେ ।
ନୀରବ ଜୀବନେ ପକ୍ଷୀ କାଳ କିରେ
ମୁଖରିତ ହୁଏ ବନ୍ଧନ ବନେ,
କୋଳାହଳ ହେଲେ ଛାଡ଼ି ଚାଲି ଯାଏ
ବିକଟାଳ ଶବ୍ଦ ଫିଟାଇ କାନେ ।