STORYMIRROR

Sambit Srikumar

Romance Tragedy Inspirational

3  

Sambit Srikumar

Romance Tragedy Inspirational

ଅବ୍ୟକ୍ତ

ଅବ୍ୟକ୍ତ

1 min
345

କେବେ କେବେ ଇଚ୍ଛା ହୁଏ

ତୁମ ଛାତିରେ ମଥା ରଖି

ମୋ ମନର କୋହ ସବୁ

ଢ଼ାଳି ଦେବି ଆଖିର ଲୁହରେ।

ଦେବି କହି ଅବ୍ୟକ୍ତ ଅଭିପ୍ସା

ଲୁକ୍କାୟିତ ଅଜସ୍ର କାହାଣୀ

ମରମ ବେଦନା ଯେତେ 

ଯିବି ମୁଁ ବଖାଣି ଅକାତରେ।

ହେଲେ ମୁଁ ପାରେନି କହି 

ଅପବାଦର ଭୟରେ

ଅବା ତୁମର ଭୟରେ।

ହଁ ତୁମକୁ ଭୟ କରେ

ବୋଲି ତ ଲଂଘିବାର

ଚେଷ୍ଟା ବି କରିନି କେବେ 

ଏରୁଣ୍ଡିବନ୍ଧ ସମ୍ପର୍କର ଦ୍ୱାହିରେ।

ତୁମେ ମୋ ଭଲପାଇବାକୁ

ଭାବ ମୋର ଦୁର୍ବଳତା

ସମ୍ଭ୍ରମତାର ଓ ସଣ୍ଠଣାର ବେଡି ପିନ୍ଧାଇ

ନେଇଛ ପୋଷା ମନେଇ କୌଶଳରେ।

ମୁଁ କାନ୍ଦେ ରୀତିମତ ସବୁଦିନ

ଗୁମୁରି ଗୁମୁରି ସର୍ବ ଅଲକ୍ଷ୍ୟରେ

ତୁମ ଦ୍ୱାରା ଅବହେଳିତ

ହେବାର ଦାରୁଣ ସଙ୍ଘାତରେ।

ତୁମେ କିନ୍ତୁ ନିର୍ବିକାର ବିଭୋର

ତୁମ ସ୍ୱପ୍ନର ଖିଆଲି ଅମରାବତୀରେ 

ତୁମ କାହାଣୀ ଆଉ କାଳ୍ପନିକ

ଅପସରୀମାନଙ୍କ ସହ ଅଭିସାରରେ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance