ଲଗ୍ନଜିତ୍
ଲଗ୍ନଜିତ୍
ମୁଖ ଦିଶୁ କି ମୁଖା
ଓଠ ଦିଶୁ କି ହସ
ଭିନ୍ନ କଥା
ବ୍ୟସ୍ତ ହେବାର ହେଲା
ଦିହେଁ ଏକାଠି ଥିଲେ ବି
ପାଖରେ ଲାଖିଥିଲେ ବି
ବାରିପଡ଼େ ଅଭିନ୍ନ ଅଲଗା
ବାସିପଡ଼େ ସଂପୂର୍ଣ୍ଣ ଅଭାଗା ।
ମନରୁ ନା ମଗଜରୁ
ଆତ୍ମାରୁ ନା ଛଳନାରୁ
ଜଣା ପଡ଼ିଯାଏ ନିମିଷକେ
ମନ ତରାଜୁରେ
ଆତ୍ମ ଅନୁଶୀଳନରେ
ଚିତ୍ର ଚରିତ୍ର ତଭଲିହୁଏ କ୍ଷଣକେ ।
ପ୍ଲାଷ୍ଟିକ୍ ଉପଚାର ଲାଗେ ହାହାକାର
ମହଣ ମହଣ ବିଶ୍ଵାସ
କୃଶବିଦ୍ଧ ପ୍ରାୟ
ନୈସର୍ଗିକ ହସଫୁଲ ଫୁଟି ମହକୁ
ମୁଖ କାନ୍ ଭାସ୍ ରେ
ଲଗ୍ନଜିତ୍ ସତ୍ୟଜିତ୍
ଶତୃଜିତ୍ ବିଶ୍ଵଜିତ୍ ପାଥେୟ ।
