STORYMIRROR

Satyabati Swain

Tragedy

3  

Satyabati Swain

Tragedy

ରାତିର ତୃତୀୟ ପହର

ରାତିର ତୃତୀୟ ପହର

1 min
341


ଯାଯାବର ଜୀବନ ଛାଡି

ନଈ କୂଳ ଶୁଖିଲା ବାଲିରେ

ତୋଳିଲି ଘରଟିଏ

ସ୍ନେହପ୍ରେମ କାଦୁଅ ଚକଟି

ପକେଇଲି ଆଶାର ଆଜବେଷ୍ଟେସ

ସ୍ୱପ୍ନ ବଗିଚାଟେ ଘର ଆଗେ

ଖୁସିର କେତୋଟି ଫୁଲ ଫଳ ଗଛ ପୋତିଲି

କାରଣ ମୋ ପେଟ ଭିତର

ମୋ ଅଂଶ

ସମ୍ଭବ ଆସିବାର ଦିନ ଗଣୁଥିଲା।


ପାଣିରେ ଜଳିଲା ନିଆଁ

ଶୁନ୍ ଶାନ୍ ରାତ୍ରିର ତୃତୀୟ ପ୍ରହରେ

କାକର ବିନ୍ଦୁ ରେ

ମୁକ୍ତାଟିଏ ଚକ୍ ମକ୍ କଲା

ସମ୍ଭବ ମୋ ପେଟ ଦୁନିଆଁ ଛାଡି

ମାଟି ଛୁଇଁଲା।


କିନ୍ତୁ ଏ କଣ

ସମ୍ଭବ ଆଖି ଖୋଲୁନାହିଁ

କୁଆଁ ରାବ ଦେଉ ନାହିଁ

ଗୋଡ଼ ହାତ ହଲାଉ ନାହିଁ ।


ନଈ କାନ୍ଦିଲା

ବେହୋସ ମାଆ

ଉଠିଲେ ଅଣ୍ଡାଳିବ ତା ସମ୍ଭବକୁ

କିଏ ଅଛ

ସମ୍ଭବକୁ କନ୍ଦାଇ ଦିଅ

ଆଖି ଫିଟାଇ ଦିଅ

ସେ ତା ମାଆ ବୁକୁ ଦରାଣ୍ଡି

କ୍ଷୀର ପିଇବ।


ସମ୍ଭବ ବାପା

ନିଜ ଛାତିକୁ ମାରୁଥିଲା ବିଧା

ନଈ ପାଣି ଲୁଣିଆ ତା କାନ୍ଦରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy