Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Trushna Das

Tragedy

3  

Trushna Das

Tragedy

ସତସତିକା

ସତସତିକା

1 min
375



ତୁମ ପାଇଁ ମିଛମିଛିକା 

ଦିନେ ଯାହା ଥିଲା 

ତାହା ଯେ ମୋ ପାଇଁ ଥିଲା

ମୋ ଜୀବନର ଘଟଣା ସତସତିକା।। ( 1 )


ତୁମର ପ୍ରେମ ସହ ଖେଳ 

ଥିଲା ପ୍ରତାରଣାର ପ୍ରତୀକ 

ମୋ ଭାବନା ସହ ଖେଳ 

ଅନ୍ତର ଆତ୍ମାର କ୍ରନ୍ଦନ।। ( 2 )


ତୁମେ କି ବୁଝି ପାରିବ ମୋ ମନର କଥା

ମୋ ଭଙ୍ଗା ହୃଦୟର ବ୍ୟଥା 

ପ୍ରେମ ବାହାନାରେ ତୁମେ ମୋ ସହ ଖେଳୁ ଥିଲ ପରା 

ମୋ ହୃଦୟକୁ କରି ଚୁନା ଚୁନା।। ( 3 )


ମିଛ ମିଛିକା ଖେଳ ତୁମର

ସାଜିଛି ମୋ ଜୀବନର କଳଙ୍କ

ଆଖି ଲୁହର ହୋଇଛି ପ୍ରତୀକ

ସତସତିକା ମୋ ଭଙ୍ଗା ହୃଦୟର କୋହ।। ( 4 )


ମିଛମିଛିକା ବାନ୍ଧିଲ ମୋତେ 

ପ୍ରେମ ସମ୍ପର୍କରେ ଆଉ ବନ୍ଧନରେ

ହେଲେ ଜାଣି ପାରିଲି ନାହିଁ ଯେ ନ ଥିଲା ପ୍ରେମ କେବେ 

ସେ ତ ଥିଲା ମୋ ବେକର ଶିକୁଳିଟିଏ ।। ( 5 )


ତୁମର ଯଦି ମୋତେ ମାରିବାର ଯଦି ଥିଲା 

ମୋତେ ବିଷ ଦେଲ ନାହିଁ କିଆଁ

ଭୁଲ ତୁମେ କରି ମୋ ଉପରେ ଲଗାଇଲ ମିଛ ଲାଞ୍ଛନା 

ହୃଦୟ ଆଜି ମୋର ଜଳୁଛି ତୁମେ ଜଳାଇ ଥିବା ଅଗ୍ନିରେ ପରା।। ( 6 )


ମିଛମିଛିକା ନୁହେଁ ଆଖି ଲୁହ ମୋର

ଏ ତ ହୃଦୟର ବହୁ ଥିବା ବେଦନା ଚିନନ୍ତନର

ସତସତିକା ଦିନେ ତୁମେ ପାଇବ ତୁମ କର୍ମଫଳ 

ଜଳିବ ତୁମେ ବି ଦିନେ ଅଗ୍ନିରେ ସେ ଯେ ଅନୁତାପର।। ( 7 )



Rate this content
Log in