STORYMIRROR

Madhu mita

Abstract Inspirational

3  

Madhu mita

Abstract Inspirational

ଗାଁ ନଈ

ଗାଁ ନଈ

1 min
297


ଓଠ ତଳର ଗାଁର ନାଆଁ ହସ ବୋଲି ହେଇଗଲା…

ଆଖି ତଳର ନଈର ନାଆଁ ଲୁହ ବୋଲି ଦିଆଗଲା …!!


ଓଠ ତଳର ଗାଁରେ ଥରେ ସୁରୁଜ ଉଇଁଗଲେ...

ଆଖି ତଳର ନଈଟା ସତେ ଆପେ ଚମକିଯାଏ…!!


ଆଖି ତଳର ନଈରେ ଯେବେ ବଢ଼ି ଆସିଥାଏ...

ଓଠ ତଳର ଗାଁଟା ନିଜେ ଅନ୍ଧାରେ ହଜିଯାଏ…!!


ଓଠ ତଳର ଗାଆଁରେ ଥରେ ରହିବା ପାଇଁ ହେଲେ

ଆଖି ତଳର ନଈରେ ନିଶ୍ଚେ ପହଁରିବାକୁ ହୁଏ…!!


ଆଖି ତଳର ନଈରେ ବୁଡ଼ ଲଗେଇବା ପାଇଁ…

ଓଠ ତଳର ଗାଆଁରେ ପରା ବଞ୍ଚିବା ଶିଖାଯାଏ…!!


ଓଠ ତଳର ଗାଆଁ ଭିତରେ ମରୁଡି ଆସିଲେ କେବେ…

ଆଖି ତଳର ନଈଟି ସତେ ବନ୍ୟାରେ ଭାସିଥାଏ…!!


ଆଖି ତଳର ନଈରେ ଥିବା ଶୁଖିଲା ଭୂଇଁକୁ ଦେଖି…

ଓଠ ତଳର ଗାଆଁରେ କେତେ ଆନନ୍ଦ ଭରିଯାଏ…!!


ଓଠ ତଳର ଗାଆଁରେ ଟିକେ ଗହଳ ଚହଳ ହେଲେ…

ଆଖି ତଳର ନଈକୁଳଟା ଖୁସିରେ ପୂରିଯାଏ…!!


ଆଖି ତଳର ନଈପଠାରେ ଶୁଖିଲା ଭୂମିଟେ ଥିଲେ…

ଓଠ ତଳର ଗାଆଁରେ ବଳେ ବସନ୍ତ ଆସିଯାଏ…!!



Rate this content
Log in

Similar oriya poem from Abstract