ଶବ୍ଦରୁ ସୃଜନ-ଅବ୍ୟକ୍ତ କୋହ
ଶବ୍ଦରୁ ସୃଜନ-ଅବ୍ୟକ୍ତ କୋହ
ମନର କୋହ ନଈ ହୋଇ ବହିଯାଏ
ଭୁଲ୍ ନ ଥାଇ ବି ଗାଳି ଖାଇଲେ।
ନିଜେ ନ ଖାଇ ଭୋକିଲା ଲୋକକୁ ଖୁଆଇବାର ଆନନ୍ଦ
ସୁନା ଗହଣା, ଶାଢ଼ୀ ଆଉ ସଜବାଜ ରେ ମୁଁ ପାଇ ନ ଥାଏ।
ହେଲେ ଦୁଇ ଟଙ୍କାର ରୋଜଗାର ନାହିଁ ର ବାକ୍ୟ ବାଣ
ହୃଦୟ ର କୋଉ କୋଣରୁ କୋହ ଗୁଡ଼ିକୁ ଲୁହରେ ନିଗାଡି ଦିଏ।
ମୁଁ ପାଷାଣୀ ନୁହେଁ,ନାଇଁ ବି ନୁହେଁ ମୁଁ ଅଗ୍ନିସ୍ନାତା।
ଶୁଣେ କିନ୍ତୁ ନାହିଁ ମୋର ଧର୍ଯ୍ୟ।
ହଁ ପାଇଛି ମୁଁ ଅଲକ୍ଷଣୀ, ପୁଅ ଖାଇ ,କଳିହୁଡି ର ଆଖ୍ୟା।
ଅନ୍ୟାୟ ର କରେ ମୁଁ ବିରୋଧ।
ଘରୁ ଗୋଡକାଢି ପଳାଇଲେ ବି ଲୋକହସା ହେବା ଡରରେ ଫେରି ଆସେ ପୁନର୍ବାର।
ମୋର କୋହ ନୁହେଁ ଅବ୍ୟକ୍ତ ନା ବି ମୂକ।
ମଣିଷ ପଇସା ପାଇଁ ଆଜି ଏଠି ପାଲଟି ଯାଇଚି ପଥର।
ଠାକୁର ଭାବି ପୂଜା କରୁଥିବା ମୂର୍ତ୍ତି ପାଖରେ ବନ୍ଧ ଭାଙ୍ଗି ଡେଇଁ ଯାଏ ଅବ୍ୟକ୍ତ କୋହ।
ଅସରା ଅସରା ଲୁହ ହୋଇ କାନି ଓଦା କରେ କୋହ।
ଝାପସା ଝାପସା ରାତି ଅନ୍ଧାରିଆ ଛାତ ଉପର।
ମୁଁ ଆଉ ମୋର ନିରୋଳା ସମୟ।
ଖୋଜିବାକୁ ଚେଷ୍ଟା ମାନବିକତା ପ୍ରତିଟି ମଣିଷ ପାଖର।
ବୁଢ଼ୀ ବେଳେ କିଏ ପଚାରିବ?
ସତରେ ପଇସା ସବୁ କିଛି ଜୀବନର।
ସମସ୍ତଙ୍କୁ ଦୋଷ ଦେବା ହୁଏତ ମୋର ଯାହା ବଦ୍ଗଗୁଣ।
ଅବ୍ୟକ୍ତ କୋହ କୁ ଗଣ୍ଠିଲି ରେ ବାନ୍ଧି ସାଙ୍ଗରେ ନେଇ ଯିବା।
ଭାବି ନେବା ହୁଏତ କୋଉଠି ନା କୋଉଠି ଭୁଲ୍ ରହିଗଲା ମୋର।