Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Abstract

3  

Jagannath Barik

Abstract

ଶରତ

ଶରତ

1 min
333


ଘନକାଳ ଗତ ଶରତ ଆଗତ ସରସ ଦିଶଇ ଜଗତ

ସଲିଳ ଆବିଳ କ୍ରମେ ଅନାବିଳ ଛବିଳ ସୁଷମା ଦିଗନ୍ତ

ଅନନ୍ତ... ନୀଳିମା ପ୍ରକାଶେ ଅନନ୍ତ

ଧବଳ ଅଳକ ରଜତ ହୀରକ ବହିତ୍ର ପ୍ରାୟ ଗତାଗତ |


କୃପଣ ଵିଧାନେ ଅମୃତ ପ୍ରଦାନେ ବନଦେ ନୋହିଲେ ବନଦ

ଦାମିନୀ ନର୍ତ୍ତନ ଦମ୍ଭୋଳି ପତ୍ତନ ଗରଜନେ ହେଲେ ଭୟଦ

ଶୁଭଦ.. ସୁଖଦ ନିସର୍ଗ ସମ୍ପଦ

ଦିଶେ ରସାଳୟ ସବୁଜ ବଳୟ ଭୂଧର କେଦାର ଶାରଦ |


ସରସୀ ବିଶଦ ରମ୍ୟ ଦିବିଷଦ୍ୟ ବିକଶି ପଦ୍ମ କୋକନଦ

ଚିତ୍ରଭାନୁ ଶୀତଭାନୁ ଉଲ୍ଲସିତ ଲଭି ପ୍ରଣୟିନୀ ଆସ୍ପଦ 

ଷଟପଦ.. ମକରନ୍ଦ ପାନେ ଉନ୍ମଦ 

ହଂସ ହଂସରାଳି ସାରସ ମରାଳି ଜୀବଞ୍ଜୀବ ମହା ଆନନ୍ଦ |


ତ୍ରୈଲୋକ୍ୟ ବନ୍ଦିତ ଅଗସ୍ତ୍ୟ ଉଦିତ ପର୍ବ ଶର୍ବରୀଶ ଶୋଭନ

ଚନ୍ଦ୍ରିକା ଚର୍ଚ୍ଚିତ ଯାମିନୀ ଅର୍ଚ୍ଚିତ ପାରଦ ବିଧୌତ ଭୁବନ

ସୁମନ.. ଶୋଭିତ ବନ ଉପଵନ

କୁଳିନୀ ପଠାରେ ଧବଳ ଜଟାରେ କାଶତଣ୍ଡୀ କରେ ନର୍ତ୍ତନ |


ରୟଣେ ରଞ୍ଜନୀ ମାନସ ରଞ୍ଜନୀ ମଞ୍ଜୁଳା ମଲ୍ଲୀକା ମହକ

ବକପୁଷ୍ପ ଲାସ୍ୟ ସେବତୀ ବିଳାସ ଜାଳିନୀ କନକ ଚମକ

ଦର୍ପକ.. ଦରପଣ ପ୍ରତିଫଳକ

କୁସୁମ ବିଶିଖ କାମୀ କାମିନୀଙ୍କ ପରମ ଆମୋଦ ଦାୟକ |


ଶୁଭ୍ର ଶରଦର ଶୁଭ୍ର ସହଚର ତେଜନ୍ତି ମାନ ସରୋବର

ସ୍ଥାନ ବିବର୍ତ୍ତନ ମରାଳ କେତନ ଦୃଶ୍ୟମାନ ନୀଳ ଅମ୍ବର

ଖ-ଚର.. ଗଣଙ୍କ ଶୈତ୍ୟ ସ୍ଥାନାନ୍ତର 

ଶରଦେ ଆୟାତ ଶୀତାନ୍ତେ ପ୍ରୟାତ ରହସ୍ୟ ପକ୍ଷୀ ପ୍ରବାସର |


ଶାରଦେ ଶାରଦା ଅଭୟା ବରଦା କରନ୍ତି ଧରାବତରଣ

ପାର୍ବଣ ପର୍ବରେ ମହା ସମ୍ଭର୍ବରେ ଗଢ଼ା ମୂର୍ତ୍ତି ମେଢ଼ ତୋରଣ

ପୂଜନ... ଷୋଡ଼ଶୋପଚାରେ ଅର୍ଚ୍ଚନ

ବାହନ କେଶରୀ ଦୁର୍ଗେ ଦୁର୍ଗେଶ୍ଵରୀ କରନ୍ତି କମଳ ବର୍ଷଣ |


କୃଷ୍ଣ ଜନ୍ମତିଥି ଗଣେଶ ଚତୁର୍ଥୀ କୁମୁଦ ବାନ୍ଧବ ପୂଜନ

କୁମାରୀ ତରୁଣୀ- ଏ ଖୁଦରଙ୍କୁଣୀ ପରବ କରନ୍ତି ପାଳନ

ସୁବର୍ଣ୍ଣ... ସ୍ମାରକୀ ବୋଇତ ବନ୍ଦନ

ଗଉରବମୟ ସଉରଭମୟ କଳିଙ୍ଗ ଐତିହ୍ୟ ସ୍ମରଣ |


ଅନନ୍ତ -ସୀମାହୀନ, ଆକାଶ, ଅଳକ -ଭସା ମେଘ, ବହିତ୍ର -ବୋଇତ, ପୋତ, ବନଦ -ଜଳଦ, ଜଳ ଦାନୀ, ଦିବିଷଦ୍ୟ -

ସ୍ବର୍ଗୀୟ, କୋକନଦ -ନାଲି, ଧଳା, ନୀଳ କଇଁ, ଚିତ୍ରଭାନୁ -ସୂର୍ଯ୍ୟ, ଶୀତଭାନୁ -ଚନ୍ଦ୍ର, ଜୀବଞ୍ଜୀବ -ଚକୋର, କୁଳିନୀ -ନଦୀ,

ରୟଣ -ରାତ୍ର, ରଞ୍ଜନୀ -ଗଙ୍ଗଶିଉଳି, ବକପୁଷ୍ପ -ଅଗସ୍ତି ଫୁଲ,

ଜାଳିନୀ -ଜହ୍ନି ଫୁଲ, କମଳ -କଲ୍ୟାଣ,



Rate this content
Log in

Similar oriya poem from Abstract