STORYMIRROR

Bandhu Arta Trana Bibhar

Romance

3  

Bandhu Arta Trana Bibhar

Romance

ମନେ ପଡେ ତୁମ କଥା

ମନେ ପଡେ ତୁମ କଥା

1 min
153

ମନେ ପଡେ ତୁମ କଥା

ତମେ ଆଉ ମୁଁ ତୋଳି ଥିଲେ ଗୋଟେ ମନ୍ଦିର

ମନ୍ଦିର ଆଜି ଭାଙ୍ଗି ଯାଇଛି ଅଛି କେବଳ ଶିଳା

ଠିକ ସେ ଦିନ ତୁମ ସହିତ ପରିଚୟ ହେଲା


ମାର୍ଗଶୀର ମାସ ଗୁରୁବାର ମାଣବସା ଝୋଟି

ତାପରେ ତୁମର ଅନେକ ଅନେକ ଚିଠି

କହିଗଲ କେବେଠୁ ମୋ ନାଁ

ତୁମ ହୃଦୟରେ ରଖିଥିଲ ସାଇତି


କଜଳପାତି ପରି ଆଖି ନଚେଇ

ମନରୁ ଦୁଃଖ ଅବସାଦ ନେଇ

ଚାଲିଗଲ ଏକ ଅଜଣା ରାଇଜକୁ

ପ୍ରୀତିର ବନ୍ଧନ ତୁଟେଇ


ପୁନେଇ ରାତିର କି ଅପୂର୍ବ ପ୍ରୀତି

ଛାତିକି ଛାତି ଚାପି ଭସେଇ ଦେଲ

ତୁମେ ଦୁଃଖ ଦରିଆରେ

ହୋଇଣ ଅଲିଭାବତୀ


ମନେ ପଡେ ତୁମ କଥା ନୟନ ଯୁଗଳୁ

ବୁହାଉଥିଲୁ ତୋର ଝରଣାର ବାରି ଧାରା

ତହିଁରେ ପାଉଥିଲୁ ମାଆ ପ୍ରୀତିର ସଫଳତା

ଆଶାର ଫୁଲ ତୁ ଚହଟିବୁରେ

ହେଲେ ଆଜି ମୁଁ ବୁଝିଛି ତୋ ପ୍ରେମର ପରିଭାଷା


ତୁମେ ନଥିବ ମୁଁ ନଥିବି କେହି ନଥିବେ ଏଠି

ଥିବ ପୁଣି ଆମ ଇତିହାସ

ସବୁ କିଛି ହଜି ଯିବ ନାଁ ଗାଁ ଆମ ପରିଚୟ

ତୁମ କଥା ମନେ ପଡେ ଯେବେ

ଜୀବନରେ ଆସେ ବିରହ



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance