ମନେ ପଡେ ତୁମ କଥା
ମନେ ପଡେ ତୁମ କଥା
ମନେ ପଡେ ତୁମ କଥା
ତମେ ଆଉ ମୁଁ ତୋଳି ଥିଲେ ଗୋଟେ ମନ୍ଦିର
ମନ୍ଦିର ଆଜି ଭାଙ୍ଗି ଯାଇଛି ଅଛି କେବଳ ଶିଳା
ଠିକ ସେ ଦିନ ତୁମ ସହିତ ପରିଚୟ ହେଲା
ମାର୍ଗଶୀର ମାସ ଗୁରୁବାର ମାଣବସା ଝୋଟି
ତାପରେ ତୁମର ଅନେକ ଅନେକ ଚିଠି
କହିଗଲ କେବେଠୁ ମୋ ନାଁ
ତୁମ ହୃଦୟରେ ରଖିଥିଲ ସାଇତି
କଜଳପାତି ପରି ଆଖି ନଚେଇ
ମନରୁ ଦୁଃଖ ଅବସାଦ ନେଇ
ଚାଲିଗଲ ଏକ ଅଜଣା ରାଇଜକୁ
ପ୍ରୀତିର ବନ୍ଧନ ତୁଟେଇ
ପୁନେଇ ରାତିର କି ଅପୂର୍ବ ପ୍ରୀତି
ଛାତିକି ଛାତି ଚାପି ଭସେଇ ଦେଲ
ତୁମେ ଦୁଃଖ ଦରିଆରେ
ହୋଇଣ ଅଲିଭାବତୀ
ମନେ ପଡେ ତୁମ କଥା ନୟନ ଯୁଗଳୁ
ବୁହାଉଥିଲୁ ତୋର ଝରଣାର ବାରି ଧାରା
ତହିଁରେ ପାଉଥିଲୁ ମାଆ ପ୍ରୀତିର ସଫଳତା
ଆଶାର ଫୁଲ ତୁ ଚହଟିବୁରେ
ହେଲେ ଆଜି ମୁଁ ବୁଝିଛି ତୋ ପ୍ରେମର ପରିଭାଷା
ତୁମେ ନଥିବ ମୁଁ ନଥିବି କେହି ନଥିବେ ଏଠି
ଥିବ ପୁଣି ଆମ ଇତିହାସ
ସବୁ କିଛି ହଜି ଯିବ ନାଁ ଗାଁ ଆମ ପରିଚୟ
ତୁମ କଥା ମନେ ପଡେ ଯେବେ
ଜୀବନରେ ଆସେ ବିରହ