କରମସାନି
କରମସାନି
ସାଧବ ବୁଢାର ସାତଟା ପୁଓକେ ସାତଟା ବହ
ବେପାର ବନିଜ କରି କମଉ ଥିଲେ ଜହଜହ
ହେଲେ ଛୁଆପୁତା ଗୁଟେ ନାଇ ବଲି
ସାଧବ ବୁଢାର ମନର କଥା
କାହାକେ କହେବା କହ ।
ସାଧବ ବୁଢାର ବଡଖା ବହ ଜୁରା ଗରିଆ ଧରି
ଗାଧି ଜାଇଥିଲା ଦିନେ ବନ୍ଦକେ
ଜୁରା ଗରିଆ ଥି ପାଏନ ବୁଡାଲେ ବେଲେ
କରମା ଡାଲ ଖଁଡେ ଆପେଆପ
ଢୁକି ଆସୁଥିଲା ଗରିଆ ଭିତରକେ ।
କରମା ଡାଲକେ ଧରି ଫିକି ନେଉଥିଲା
ବନେ ଖଁଡେ ଧୁରକେ
ମା କରମସାନି କହେଲେ ଅମନା ନାଇ କର
ମୁଇ କରମସାନି ଭକ୍ତି ଭାବେ ପୁଜା କଲେ
ସବୁ ମନର ଇଛା ପୁରନ କରମି ସବୁଦିନକେ ।
ଜୋରର୍ ବାଏଲ ବାଁଉଶ ଭୁଗଲି ଥି କାଢି ଆନି
ସେ ବାଏଲଥିମୁଗ ବିରି ଝୁନଗା କୁଲୁଥ ଗଜେରେଇ କରି
ଭକ୍ତି ଭାବେ ଆଠେ ଡେଂଗର ଲିଆ ଜୁଗାର କରି
କୁଟୁମ ଵଏସିଆ ନାଚବ ସଭେ କିନଦରି କିନଦିରି ।
ଦେଖିଲୋକ ହେଲେ ଅକାବୋଧ
ସାଧବ ବୁଢା ଇଟା କାଁଏ କବାର କରୁଛେ
ବହ ମାନକର ସାଂଗେ ଧାତୁର ଧିନଦା ମାଂଦଲ ବଜେଇ
ଗା"ର ମଝାଖୁଲି ଗହଗହ ହେଇ ନାଚୁଛେ ।
ସାଧବ ବୁଢାର ବଡଖା ପୁଓ
ଦେଖି ଇ ସବୁ ଭେବସ
କାଁଏ କରମସାନି ଇଟା ଖୁଓରେ କହି
ମଝାଖୁଲି ଇଜତ ଉଖୁଲା
ରାଗ ରିଶମି ହେଇ
କରମା ଡାଲକେ ଫିକି ନେଲା କାହିଟା କାହି ।
ମା କରମସାନି ମନେ ହେଲା ଦୁଖ
ସାଧବ ବୁଢାର କାମ କମାନି ହେଲା ସବୁ ଭୁରଭୁସ
ଧରଲେ ତୁଲିଆ ପିଛାଲ
ବୁଲିବୁଲି କରି ମାଗି ଖାଏଲେ
ସେଁସେ ଫେର କଲେ ଅନୁତାପ ।
ମା କରମସାନି ଠାନେ ମୁଡିଆ ମାରି
ସାଧବ ବୁଢାର ବଡଖା ପୁଓ କଲା ହାରି ଗୁହାରି
ଭୁଲତ ମୁଇ କରିଛେମା ଗୋ
ମାଫ କରିଦେବୁ ତୁଇ
ତୋର ଗେଲାହା ପୁଓଟେ ବଲି ।
ଭୁଦୋ ମାସର ସୁକଲ ପଖ ଏକାଦସି ଦିନୁ
ଉଭା ହେସୁ ମା ଗୋ ଇ ଧରାଧାମେ
ଧରତି କେ ତୁଇ ଧରି ଆଇଥିସୁ
ସାନତି ପିରତି ମୈତ୍ରି
ତୋର ହୁରୁଦ କରପନେ ।
ଧଏନ ଧଏନ ତୋର କରୁଣା ମାଗୋ
ଧଏନ ଧୈନ ତୋର ଲିଲା
ନିପୁତ୍ରିକେ ତୁଇ ସନତାନ ଦେଉ ଗୋ ମା
ଇ ଧରାଧାମେ ତୋର ଧରମେ
ଝନେ ଅଧେ ବି କିହେ ନାଇ ରହନ ବାଁଞ୍ଜେନ ବଁଝା ।
ହିଂସା ଅହଂକାର ସବୁକେ ଭୁଲି
ତୋର ଠାନେ ଜିଏ ଶରନ ପସଶି
ତାହାକେ କୁଲେ ଧରସୁ ଆବିରି
ଆଗଭର ହେସୁ ତୁଇ
ଦୁଖିର ଦୁଖେ ରୁଗିର ରୁଗେ
ଶତ୍ରୁର ମହେ ଲଗେଇ ଦେସୁ କାଲି
ଗାେ ମା ସତ୍ରୁର ମୁହେ ଲାଗାଇ ଦେବୁ କାଲି ।