ଅଭିନନ୍ଦନ ପତର
ଅଭିନନ୍ଦନ ପତର
ହସି ଖୁସିରେ ବିଦାୟ ନିଅ
୨୦୨୨ ବର୍ଷ
ବିଦାୟ ଦେଉଛି ମୁଁ ଆରତ
୨୦୨୩ ନୂଆ ବର୍ଷରେ
ଆସିଯିବ ସୀତୟା
ମୋ ପ୍ରିୟତମାର
ଅଭିନନ୍ଦନ ପତର
ଶାନ୍ତି ସ୍ବସ୍ତି ଶୁଭ କାମନା ମନାସୀ
ଦେଇଯିବ ସ୍ମିତ ହସ
ତୁମେ ରାଜହଂସୀ
ଓଠରେ ମୋର
ହୃଦୟର ଅଗଣାରେ ତୁମେ ଫୁଟାଇବ
ଗୋଲାପର କଢି
ଝଡି ଯିବ ପଛେ
ନିଜେ ହେଇ ଯିବ ମଲି
ପିତାମାତା ଭାଇ ଭଉଣୀ
ବନ୍ଧୁବାନ୍ଧବୀର
କେତେ ଖୁସି କେତେ ପ୍ରୀତି
ଦୁଇଟି ଜିବନର
ସ୍ନେହ ଶ୍ରଦ୍ଧା
ଆଉ ମମତାର
୨୦୨୩କୁ ଅପେକ୍ଷା କରିଛି
ପ୍ରିୟତମା ଗୋ ମୋର
ଦିଅ ଅବା ନ ଦିଅ
ଏ ବର୍ଷର ଅଭିନନ୍ଦନ ପତର
ଦରଫୁଟା ଗୋଲାପର କଢି
ଓ ତାଜମହଲର ଘର
ପାନ ପତରରେ ଅଙ୍କିତ
ତୁମ କାମନାର ତୀର ।

