STORYMIRROR

ବି. ନିରୁପମା

Drama Others

3  

ବି. ନିରୁପମା

Drama Others

ସାରା ଦହି ଗଲା ପଡ଼ି

ସାରା ଦହି ଗଲା ପଡ଼ି

1 min
239


ହେଇରେ କହ୍ନେଇ ,ଆଣୁଥିଲି ଦହି

ତୋଅରି ପିଠିରେ ଚଢ଼ି ,

ଆଣ୍ଟକରି ଟିକେ ଶିକା ଦେଲି ଭିଡ଼ି

ହାଣ୍ଡି ତଳେ ଗଲା ଗଡ଼ି...ରେ..

ସାରା ଦହି ଗଲା ପଡ଼ି ।(ଘୋଷା)


କିଏ ସେ କେଉଁଠି ଦେଖୁଥିବେ ଯଦି ,

ଆମରି ଉପରେ ଦେବେ ଦୋଷ ଲଦି ।

ଏଇଠୁ ଆ' ଖସି ଯିବାରେ ଜଲଦି

ଦେହ ପୋଛି ଝାଡ଼ି ଝୁଡ଼ି...ରେ..(୧)

ସାରା ଦହି ଗଲା ପଡ଼ି...


ହେଇରେ କହ୍ନେଇ, ଆଣୁଥିଲି ଦହି

ତୋଅରି ପିଠିରେ ଚଢ଼ି...


ମାଆ ପାଖେ ଯାଇ କହିଦେଲେ କିଏ ,

ଆମ ଚଗଲାମି ଜାଣିଯିବେ ସିଏ ।

ସେବେଳେ ପିଠିରେ ପଡ଼ିବ ବା କିଏ

ଦଉଡ଼ିରେ ଦେବେ ଭିଡ଼ି...ରେ..(୨)

ସାରା ଦହି ଗଲା ପଡ଼ି...


ହେଇରେ କହ୍ନେଇ ,ଆଣୁଥିଲି ଦହି

ତୋଅରି ଉପରେ ଚଢ଼ି...

ଆଣ୍ଟକରି ଟିକେ ଶିକା ଦେଲି ଭିଡ଼ି

ହାଣ୍ଡି ତଳେ ଗଲା ଗଡ଼ି...ରେ..

ସାରା ଦହି ଗଲା ପଡ଼ି ।


ମାମୁରିଆ, ଛେଣ୍ଡିପଦା,ଅନୁଗୋଳ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama