STORYMIRROR

Arun Kumar Mohanty

Others

4  

Arun Kumar Mohanty

Others

ତୁମ ନୀରବତା

ତୁମ ନୀରବତା

1 min
397

କେଜାଣି କାହିଁକି ?

ଏବେ ଲାଜରେ ତୁମ ଚେହେରା

ଗୋଲାପୀ ଗୋଲାପୀ ଦିଶୁନି

କାହିଁ ତୁମର ସେ ମନଖୋଲା ହସ 

ଖୋଜିଲେ ବି ଆଉ ମିଳୁନି ।


ପ୍ରଥମେ ତୁମେ ଖୋଲା ବହି ପରି

ପଢି ଚାଲୁଥିଲ ହୃଦୟର ସେ ଅକୁହା ଭାଷାକୁ

ମୋ ସାମ୍ନାରେ,

 କିନ୍ତୁ ଏବେ

ନୀରବତା ର ପଟି ବାନ୍ଧି ଦେଇଛ ତୁମର ସେ

ଗୋଲାପୀ ଓଠରେ....!!


ସେ ବି କି ସମୟ ଥିଲା

କହିବା ପୂର୍ବରୁ ମନ କଥା ବୁଝିପାରୁଥିଲ

ଦୂର ସହର ରେ ଥିଲା ବେଳେ ଗୋଟେ ଚିଠି ର ଉତ୍ତର

ପାଇଁ ସପ୍ତାହ ସପ୍ତାହ ଅପେକ୍ଷା କରୁଥିଲ,

କିନ୍ତୁ ଏବେ

ଗୋଟେ ମିନିଟ୍ ଲେଟ୍ ରେ ରିପ୍ଲାଇ ଦେଲେ

ସନ୍ଦେହ ର ବହ୍ନିରେ ଜାଳି ଦେଉଛ ।


କେତେ ସୁନ୍ଦର ଥିଲା ସେ ସମୟ

ନା ଥିଲା ଫେସ୍ ବୁକ୍, ନା ଥିଲା ୱାଟସଆପ୍, ନା ଟୁଇଟର ଆକାଉଣ୍ଟ୍

ତଥାପି ହୃଦୟର କଥା କୁ ଖୁବ୍ ବୁଝିପାରୁଥିଲ

ବୁଝିପାରୁଥିଲ ମୋର ସମସ୍ତ ସମସ୍ୟାକୁ

ବୁଝିପାରୁଥିଲ ମୋର ହୃଦୟ ବେଦନାକୁ

ଏତେ ନିବିଡତା ଭିତରେ ସନ୍ଦେହର ଚିହ୍ନ ନଥିଲା

ସତରେ ଖୁବ୍ ସୁନ୍ଦର୍ ଥିଲା ସେ ସମୟ ।


Rate this content
Log in