ଶୀତ
ଶୀତ
1 min
189
ମାଘ ଓ ପୈାଷ ମାସେ
ଶୀତର ଲହରୀ ଆସେ।
କୁହୁ କୁହୁ ଶୀତ ଋତୁରେ
ଧରା ଦିଶେ ସବୁଜରେ।
ସୁଲୁ ସୁଲିଆ ପବନରେ
କାକର ପଡ଼େ ଶୀତ ରାତିରେ।
ସୁଇଟର, ସାଲ୍, ଜାକେଟ୍ ପିନ୍ଧି
କମ୍ବଳ ଭିତରେ ପୋଷି ରହି।
ଗରମ ପୋଷାକକୁ ଭୁଲିଯାଇ
ଶୀତକୁ କରନ୍ତି ଆଗମନ।
ଦରିଦ୍ର ଲୋକ ହୁଅନ୍ତି ହୀନ
ଶୀତର ପୋଷାକ ନ ଥାଏ ପାଖେ।
ଇଚ୍ଛା ହୁଏ ନାହିଁ ଥଣ୍ଡାରୁ ବାହାରେ
ନ ଗଲେ କିଛି କାର୍ଯ୍ୟ ହୁଏ ନାହିଁ।
ଦିନ ଛୋଟକୁ ରାତି ବଡ଼
ଶୀତ ଋତୁ ଭାରି ଆନନ୍ଦଦାୟକ।
ମହାକାର୍ତ୍ତିକର ବୋଇତ ବନ୍ଦାଣ
ମାଣବସା ଗୁରୁବାର ଝୋଟି ମାର୍ଗଶିର।
ମକର ସଂକ୍ରାନ୍ତି ,ବସନ୍ତ ପଞ୍ଚମୀ
ଏ ଋତୁରେ ଶୋଭା ପାଏ।
