STORYMIRROR

Aishwarya Mishra

Tragedy

4  

Aishwarya Mishra

Tragedy

ଅମ୍ଳ ବର୍ଷା

ଅମ୍ଳ ବର୍ଷା

1 min
877

 ତୁମ ଅହଂକାରର ସବୁ ପ୍ରଦୂଷକ ମିଶି

ମୋ ଆକାଶର ବର୍ଷାକୁ କରିଛି ଅମ୍ଳୀୟ

ଆଜି ବର୍ଷାରେ ଝରୁଛି କେବଳ 

ହୃଦୟର ବେଦନା, ଆଉ ଦୁଇବୁନ୍ଦା ଉଷୁମ ଲୁହ।


ତୁମ ଆଗମନେ, ଶ୍ରାବଣ ଆସିଛି ଭାବି

ଭିଜିବାକୁ ମୁଁ ଯେ ଆସିଥିଲି ବାହାରି

ଜାଣିନଥିଲି ସେ ବର୍ଷାର ଛିଟାରେ

ଥମିଯିବ ମୋ ଜୀବନର ଲହରୀ


ତୁମ ମିଥ୍ୟା ଆତ୍ମବଡ଼ିମାର ବଜ୍ରାଘାତେ

ଜଳିଗଲା ମୋର ସୁନ୍ଦର ସ୍ଵପ୍ନମାନ

ଘନ କୃଷ୍ଣମେଘର କଳଙ୍କ କାଳିମା 

ପୋଛିନେଲା ମୋ ଜୀବନୁ ଇନ୍ଦ୍ରଧନୁର ବର୍ଣ୍ଣ


ବର୍ଷାରେ ଭିଜିବାର ମୋହ ତୁଟିବା ପରେ

ନିଜକୁ ପାଇଲି ମୁଁ ନିଜ ସହ ଏକା

କ୍ଷତାକ୍ତ ମନ ଆଉ କ୍ଷତାକ୍ତ ଶରୀର ନେଇ

ଜୀବନ୍ୟାସ ପାଇଁ କରିଥିଲି ପ୍ରତୀକ୍ଷା


କେମିତି ଭୁଲିବି ସେ ଅମ୍ଲବର୍ଷାର ପ୍ରହାର

ଥିଲା କେତେ କ୍ରୂର, କି ଭୟଙ୍କର

ନିଃସଙ୍ଗ ଜୀବନେ ମୁଁ ଆଜି ବି ଭାବୁଛି

କେଉଁ ଦୋଷର ଥିଲା ଏ ଅବିଚାର ???


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy