STORYMIRROR

ଅନିଲ କୁମାର ଲେଙ୍କା

Abstract Inspirational

4  

ଅନିଲ କୁମାର ଲେଙ୍କା

Abstract Inspirational

ସ୍ମୃତି ଆଇନାରେ ୨୦୨୦

ସ୍ମୃତି ଆଇନାରେ ୨୦୨୦

1 min
309

ନ ଥିଲା ତ କିଛି ଭଲ ଏଇ ବର୍ଷ

  କରୋନା କବଳେ ଦେଶ

ତୀର୍ଥସ୍ଥାନ ଅବା ଯାନିଯାତ୍ରା ଯାହା

  ହୋଇଗଲା ଅବଶୋଷ ।।


ପାଣି ଭଳି ଯହିଁ ବୋହିଗଲା ସବୁ

   ଅର୍ଜିତ ଧନ ଗୁଡାକ

ବଢିଗଲା ବହୁ ହିଂସା ଆଉ ଦ୍ଵେଷ

   ହୋଇଲା ନର ମଢକ ।।


ହତାଶ ଯେ ପାଲଟିଲା ଏ ମଣିଷ

   ଜୀବନ ଜିଇଁବା ନେଇ

ଆଉ ବେସୁରା ବି ହେଇଲା ଜଗତ 

   ପ୍ରେମର ସଙ୍ଗୀତ ପାଇଁ ।।


ନ ଥିଲା ତ କିଛି ନୂଆ ଏହି ବର୍ଷ

  ନ ଥିଲା ତା ଉତ୍କର୍ଷତା 

କେବଳ ଦୁଃଖଦ ଯାହା ହୋଇଥିଲା

  ଗୋଟେ ବର୍ଷ ଅଭିଜ୍ଞତା ।।


ଭାବିଥିଲି କିଛି ଆଉ ନୂଆ ହେବ

    ବଦଳିବ ଜନ ମନ

ପୃଥିବୀରେ ଭରିଯିବ ଆତ୍ମୀୟତା 

   ଭଲରେ ରହିବେ ଜନ ।।


ସବୁ ଯେମିତି ଥିଲା ଆଜି ସେମିତି

   କିଛିବି ହେଲାନି ନୂଆ

ଭାଳିହେବା ଯାହା ସାରହେଲା ପୁଣି

   ବଦଳିଲାନି  ଦୂନିଆ ।।


ଖାଲି ବଦଳିଲା ଅଫିସ ଟେବୁଲ 

   କାଚ ପାଖ ତାରିଖଟା

ଆଉ ଆମ ଘର କାନ୍ଥେ ଝୁଲୁଥିବା

  ପୂରୁଣା କ୍ୟାଲେଣ୍ଡରଟା ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract