STORYMIRROR

Tapan Dixit

Fantasy

3  

Tapan Dixit

Fantasy

ମହୁଲି ନିଶାରେ......

ମହୁଲି ନିଶାରେ......

1 min
13.6K


''ଅକୁହା ବେଦନା ଆଉ 

ବିନିଦ୍ର ରଜନୀ

ତୁମ ପାଇଁ ସବୁ ସହେ 

ଆଜି ମୁଁ ସଜନୀ''

କଳା କୋଇଲିଟା ଗଛଡ଼ାଳେ ବସି

କୁହୁ କୁହୁ ଗାଉ ଥିଲା 

ଦେହ ଛୁଇଁ ତୁମ ପବନଟା ଯେବେ

ପାଖଦେଇ ବହି ଗଲା, 

ସେଇ ମହକରେ ବହକି ଗଲି ମୁଁ

ମନ ହୋଇଗଲା ଚୋରି

ମହୁଲି ନିଶାରେ ଛାତି ଜଳୁଥିଲା

ଦେହ ଥିଲା ଭାରି ଭାରି,

ଜହ୍ନରେ ଦେଖିଲି ତୁମ ମୁହଁ ଯେବେ

ରାତି ହେଲା ସାତପର

ଯେଉଁରାତି ଥିଲା ସବୁଠୁ ନିଜର

ସବୁଠାରୁ ଆପଣାର,

କହିଦିଅ ଥରେ ଇସାରା ରେ ତୁମେ

ମୋତେ ଭଲପାଅ ବୋଲି

ତୁମପାଇଁ ସାଥି ବସି ମୁଁ ରହିଛି

ହୃଦୟ ଝରକା ଖୋଲି ,

କାଳେ ତୁମେ ଆସିଯିବ.....

ଭଲପାଅ ବୋଲି ଚୁପି ଚୁପି ସାଥି

ମନକଥା କହିଦେବ,

ଆଖିରେ ମୋ ନିଦ ନାହିଁ

ରୁଣୁଝୁଣୁ ତୁମ ପାଉଁଜି ଡାକରା

କାନେଇ ବସିଛି ମୁହିଁ . ।।

ତପନ ଦୀକ୍ଷିତ (ବେଳାଭୂମି)

ନାଶିକେଶ୍ୱର, କାକଟପୁର, ପୁରୀ

*****


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy