ବେସୁରା ଗୀତି-୭୨୭
ବେସୁରା ଗୀତି-୭୨୭
ବର୍ଷା ଆସେ କାହିଁ କେଉଁ
ନିଛାଟିଆ ମୁହୂର୍ତ୍ତ ମେଳରୁ
ବର୍ଷା ଆସେ ଭିଜି ଭିଜି
କାହିଁ କେଉଁ ଦୂର ଇଲାକାରୁ ॥
କେତେ ବେଳେ ବର୍ଷା ଆସେ
ବିସ୍ମୃତିର ମେଘନାଦ ପାଚେରିକୁ ଡେଇଁ
କେତେବେଳେ ବର୍ଷୁଥାଏ
କଲିଜାକୁ ଯାଉଥାଏ ଖାଇ ॥
ସ୍ମୃତିର ଝରକା ଖୋଲି
କେତେବେଳେ ବର୍ଷୁଥାଏ ମନ ଅଗଣାରେ
ନିଛାଟିଆ ଜହ୍ନରାତି
ଝାପସା ଝାପସା ଜହ୍ନ ଆଲୁଅରେ ॥
କେତେବେଳେ ଅବେଳ ରେ
ଘନ ଘୋର ରଡି ଛାଡି ଛାଡି
ଚାଲି ଚାଲି ଆସୁଥାଏ
ତା ସାଥିରେ ପ୍ରଳୟକୁ ଧରି ॥
କେତେ ରୂପ ବର୍ଷା ତୋର
କିଏବା ଦେଖିଛି
ତଥାପି ବି ସମସ୍ତଙ୍କ ପ୍ରିୟା ତୁହି
ସଭିଙ୍କ ମାନସୀ ॥