ଦୁଃଖମୟ ଜୀବନ
ଦୁଃଖମୟ ଜୀବନ
ଜୀବନ ଯାକ ଦୁଃଖ ପାରୁଛି ବୋଲି ସହି,
ଦେବକି ସଂସାରର ସବୁଦୁଃଖ ଅଜାଡି ।
ଦୁଃଖର ବୋଝ ନେଇ ପାରୁଛି ଟିକେ ଚାଲି,
ଠାକୁର ହୋଇ ସବୁ କେମିତି ଗଲ ଭୁଲି ।
ତୁମେ ହିଁ ନିୟାମକ, ନିୟମ ସବୁ ତୁମର,
ଆଉ କେତେ କଷ୍ଟିଲେ, ଶାନ୍ତି ପାଇବ ମନର ।
ମନର ତୁ ମାଲିକ, ସଂସାର ଦୁଃଖ ସୁଖ,
ସବୁ ତୋ ପାଇଁ ଖେଳ, ମୁଁ ସାଜିଥାଏ ମୂକ ।
ସବୁର ସୀମା ଥାଏ, ଦୁଃଖର କି ସୀମା ନାହିଁ,
ଅବା ସବୁ ଦୁଃଖ ତୁ ରଖିଛୁ ମୋ ପାଇଁ ।
ଆଉ ସହିପାରୁନି, ଆଉ କହି ପାରୁନି,
ନା ଏବେ ବଞ୍ଚି ପାରୁଛି, ନା ତ ମୁଁ ମରିପାରୁନି । ଜାଳିବା ଯଦି ତୋର ଏତେ ଖୁସି ଅଟଇ,
ତୋ ଆହୁତି ଅଗ୍ନିରେ ଜାଳିଦେ ମୋତେ ନେଇ ।
ସବୁଦେଇଚୁ ବୋଲି ଭାବି ମୁଁ ଦେଖେ ଯେବେ,
କିଛିତ ନାହିଁ ମୋର, କିବା ଦେଇଛୁ ତେବେ ।
ସହି ପାରୁନି ଆଉ କହି ଵି ନ ପାରଇ,
କାହାକୁ କହିବି ତୁ କହରେ ଭାବଗ୍ରାହୀ ।
ଦୁଃଖମୟ ଜୀବନ ଦୁଃଖରେ ଯାଉବିତି,
ତୋ ନାମ ଝୁରୁଥାଉ ଏ ମନ ମୋର ନୀତି ।