STORYMIRROR

Dr Simant Kumar Nanda

Fantasy

3  

Dr Simant Kumar Nanda

Fantasy

ଶୂନ୍ୟ ବଡ଼ଦାଣ୍ଡ

ଶୂନ୍ୟ ବଡ଼ଦାଣ୍ଡ

1 min
151


ନନ୍ଦିଘୋଷ ରଥ ଶୂନ୍ୟ ପଡ଼ିଅଛି,

ପହଣ୍ଡି କରୁଛି ଜଗା,

ଦର୍ପଦଳନ ରୁ ହଳଦୀ ମୁହିଁ ସେ,

ତାଳଧ୍ଵଜ ରଥେ ଉଭା ।


କହ ହେ ଭାଇନା, ଭକ୍ତଜନଙ୍କର

କୋଳାହଳ କିମ୍ପା ନାହିଁ,

ଗଲା ବର୍ଷ ପରି, ଏ ବରଷ କିବା

ଭକ୍ତଶୁନ୍ୟ ଶ୍ରୀ ଭୂଇଁ ।


ଏ ଯେଉଁ ସବୁ ବ୍ୟତିକ୍ରମ ଘଟେ,

ଜଗା ଭାଇନ।ର ଲୀଳା,

ତା ପାଇଁ ଆଜି ର ଶୂନ୍ୟ ବଡ଼ଦାଣ୍ଡ,

ଦିଶୁନାହିଁ ଭକ୍ତ ମେଳା।


ସ୍ମିତହାସ୍ୟ କରି ବଳରାମ ଭାଇ

 ମସ୍ତକେ ରଖିଣ ହସ୍ତ,

ତୁ କଣ ଜାଣିନୁ କାଳିଆ ର ରୀତି

ପଚାରୁଚୁ ମୋତେ  ସତ ?


ସିଏ ପରା ଗତି, ସିଏ ପରା ମୁକ୍ତି,

ଭକତ ମନ ର ପ୍ରୀତି,

ଶାନ୍ତି ର ପ୍ରତୀକ, ମୈତ୍ରୀର ପଥିକ,

ନାହିଁ ଭେଦଭାବ ନୀତି।


ଯାହା ସେ କରଇ ଭକତ ହିତରେ,

ଜଗତ ମଙ୍ଗଳ ପାଇଁ,

ଭକତ ତାହାର , ସିଏ ଭକ୍ତଙ୍କର

ପର ପଛେ ଆମେ ଦୁଇ।


ଭକ୍ତଙ୍କ ବିନା ଜଗନ୍ନାଥ କିବା

ଧଇର୍ଯ୍ୟ ଧରିବ କାହିଁ,

ବସିଅଛି ପରା ତା ଭକ୍ତମାନଙ୍କ,

ହୃଦୟ ରଥରେ ଯାଇ।


ସାନ ଭାଇନା ଟା ଜ।ଣିଯିବ କେବେ,

କହିବନି ତାର ଆଗ,

 ଯାଉଅଛି ମୁହିଁ ରଥ ଉପରକୁ,

ପହଣ୍ଡି ହେଲାଣି ବେଗ।


ତାକୁ କି କହିବି, ଅନ୍ତର୍ଯ୍ୟାମୀ ସିଏ,

ସୁଦର୍ଶନ ଚକ୍ର ହସ୍ତେ,

ଏଇଠି ଥାଇସେ, ଏଇଠି ନ ଥାଏ,

ବୁଦ୍ଧି ବତାଉଛୁ ମୋତେ?


ମୁଁ ସବୁ ଜାଣିଛି, ତା ମରମ କଥା,

ସଂସାର ମୌଡ ମଣି,

ଭାଇ ଭଉଣୀ ର ପବିତ୍ର ବନ୍ଧନ,

ତା ଠୁଁ କେ ଅଧିକ ଜାଣି ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy