STORYMIRROR

Amrit Kumar Panda

Abstract Romance Fantasy

3  

Amrit Kumar Panda

Abstract Romance Fantasy

ଅଶ୍ଵମେଧ

ଅଶ୍ଵମେଧ

1 min
183

ଭୁଲ୍ ମୋର ଥିଲା ମଣିଷ ଚିହ୍ନି ପାରିଲିନି

ତରବରିଆ ହେଇ ପଡ଼ିଗଲି ତୋ ପ୍ରେମର ମାୟାଜାଲରେ,

ଆଗପଛ ବିଚାର ନକରି ଥୋଇଦେଲି 

ତୋ ପାଦତଳେ ମୋ ଭଙ୍ଗା ହୃଦୟକୁ

ଭାବିଥିଲି ଯୋଡ଼ିଦବୁ ତୋ ପ୍ରେମର ନାଲିଆ ଲାଖରେ।


କିନ୍ତୁ ନା!

ତୋ ପାଇଁ ପ୍ରେମ ତ ଗୋଟେ ତୁଚ୍ଛ ନାଟକ

ଓ ତୁ ସେ ନାଟକର ପୋଖତ ନାୟିକା,

ପ୍ରେମିକର ଉଷ୍ଣ ରକ୍ତପାନ କରି ମେଣ୍ଟେ ତୋ ଅନନ୍ତ ତୃଷ୍ଣା

ଛଦ୍ମବେଶୀ ଡାହାଣୀ ତୁ, ନିଷ୍ଠୁର ପ୍ରେମିକା।


ଜୀବନ ଯଜ୍ଞରେ ମୁଁ ନିଜକୁ ଭାବୁଥିଲି ବ୍ରହ୍ମା 

ଓ ତୁ ମୋ ପ୍ରାଣପ୍ରିୟା ଗାୟତ୍ରୀ

ପାଣି ଫୋଟକା ପରି ସବୁ ଆଶା ମୋ ମିଳେଇଗଲା ଶୁନ୍ୟରେ,

ଯେତେବେଳେ ପ୍ରକୃତିସ୍ଥ ହେଲି

ନିଜକୁ ବାନ୍ଧି ହୋଇଥିବାର ଦେଖିଲି ସୁଉଚ୍ଚ ମେରିଆ ଖୁଣ୍ଟାରେ।


ତୁ ଅଟ୍ଟହାସ୍ୟ କରୁଥିଲୁ ମୋ ଅସହାୟତାକୁ ଦେଖି

ଚତୁର୍ଦ୍ଦିଗ ପ୍ରକମ୍ପିତ ହେଉଥିଲା

ମୋ ଆକୁଳ ଆର୍ତ୍ତନାଦରେ,

ହସି ହସି ଶାଣିତ କରୁଥିଲୁ ତୋ ରକ୍ତପିପାସୁ ତରବାରୀକୁ

ବଳୀ ଦେବାକୁ ମୋତେ, ତୋ ପ୍ରେମର ଅଶ୍ଵମେଧ ଯଜ୍ଞରେ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract