STORYMIRROR

Amrit Kumar Panda

Abstract Romance Fantasy

3  

Amrit Kumar Panda

Abstract Romance Fantasy

ସ୍ବପ୍ନ

ସ୍ବପ୍ନ

1 min
137

ସେଦିନ ତୁମେ ଆସିଥିଲ ମୋ ସ୍ଵପ୍ନରେ 

ହଳଦିଆ ଓ ସବୁଜ ରଙ୍ଗର ଶାଢ଼ୀ ପିନ୍ଧି

ନିଦାଘ ସମୀରର ଉଷ୍ମ ଚୁମ୍ବନରେ

ଉଡୁଥିବା କେଶଗୁଚ୍ଛ,

ହୃଦୟ କୁ ମୋର ଦେଇଥିଲା ବିନ୍ଧି।


ଥିଲା ତୁମ କାନରେ ଝୁମୁକା

ମଥାରେ ଚମକୁଥିଲା ମଥାମଣି

ମନଲୋଭା ଚାହାଣି ତୁମ,

ମୋ ତୃଷାର୍ତ୍ତ ହୃଦୟରେ ଛିଞ୍ଚିଦେଲା

ପ୍ରୀତିର ଆଞ୍ଜୁଳାଏ ପାଣି।


ଭୁଲି ପାରୁନି ମୋ ହୃଦୟ

ତୁମର ସେ ସଦ୍ୟ ପ୍ରସ୍ଫୁଟିତ

ଗୋଲାପ ପରି ଚେହେରା,

ଚପଳମତି ସେ ଆଖିଠାର ଥିଲା 

ସତେ କେତେ ନିଆରା।


ଇଚ୍ଛାଥିଲା ଆଙ୍କିଥାନ୍ତି ତୁମ ପ୍ରତିଛବି

ହାତେ ଧରି ପ୍ରେମର କୁହୁକ ରଙ୍ଗତୁଳୀ

ହେଲେ ସ୍ବପ୍ନ ସବୁ କ୍ଷଣସ୍ଥାୟୀ,

ରଖିଦିଅନ୍ତି ସମସ୍ତଙ୍କ ଆଶାକୁ ଅଧୁରା କରି

ମୁଁ ବା ସେଥିରୁ ବାଦ୍ ପଡିଥାନ୍ତି କିଭଳି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract