STORYMIRROR

Amrit Kumar Panda

Abstract Drama Romance

3  

Amrit Kumar Panda

Abstract Drama Romance

ନୀଳ ଗୋଲାପ

ନୀଳ ଗୋଲାପ

1 min
126


ପ୍ରଣୟ ର ପ୍ରୀତିଭରା ପ୍ରସ୍ତାବ ନେଇ

ପହଞ୍ଚି ଥିଲି ମୁଁ ତୁମ ପାଖରେ

ତମେ ଶୁଣିଲ ମନଦେଇ

କିନ୍ତୁ ହଁ କହିବା ଆଗରୁ 

ରଖିଦେଲ ଗୋଟେ ସର୍ତ୍ତ ମୋ ସାମ୍ନାରେ।


କହିଲ "ମତେ କିଛି ଦରକାର"

ମୁଁ କହିଲି ନେଇ ଆସିବି ତମ ପାଇଁ 

ସୁନା ରୂପା, ହୀରା ମୋତି ଆଉ କେତେ କଅଣ

କିନ୍ତୁ ତମେ ମାଗିଥିଲ ଗୋଟେ ଗୋଲାପ

ମୋ ଉତ୍କଣ୍ଠାରେ ଲଗାମ ଲଗାଇ।


ନା ଲାଲ୍, ନା ଗୋଲାପି

ତମେ ମାଗିଲ ଗୋଟେ ଅସମ୍ଭବ ନୀଳ ଗୋଲାପ

ବୁଝି ତୁମ ନିଷ୍ଠୁର ଅଭିପ୍ରାୟ

ପାଦ ତଳୁ ମାଟି ଖସିଗଲା ମୋର

ଚାଲି ଆସିଲି ତୁମ ସାମ୍ନାରୁ କରି କରୁଣ ବିଳାପ।


ଛଳନା କଲ କାହିଁକି

କହିଥାନ୍ତ ମତେ ସିଧା ସିଧା 

"ପ୍ରେମ ତୋର ଦରକାର ନାହିଁ"

ଅନ୍ତତଃ ବନ୍ଧୁତା ରଖି ପାରିଥାନ୍ତି ତୁମ ସାଥିରେ

ସଜ ଫୁଟା ଧଳା ଗୋଲାପ ଟିଏ ଦେଇ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract