ଗୋଟେ ବିଷାକ୍ତ ଗଛ
ଗୋଟେ ବିଷାକ୍ତ ଗଛ
1 min
282
ମୁଁ ରାଗିଥିଲି ମୋ ବନ୍ଧୁ ଉପରେ
ତା ଉପରେ କାଢ଼ିଦେଲି ସବୁ ରାଗ
ଯାହା ରାଗ ଥିଲା ସବୁ ଉଡିଗଲା କାହିଁ।
ମୁଁ ରାଗିଥିଲି ମୋ ଶତ୍ରୁ ଉପରେ
କିନ୍ତୁ କାଢି ପାରିଲିନି ସେ ରାଗକୁ
ସେ ବଢ଼ି ଚାଲିଲା ଗୋଟେ ଗଛର ରୂପ ନେଇ।
ସେ ଗଛକୁ ସିଞ୍ଚିଲି ମୁଁ ରାତି ଦିନ
ମୋ ଲୁହରେ ମୋ ଭୟ ରୂପି ଜଳରେ।
କିନ୍ତୁ ତାକୁ ଲୁଚେଇ ରଖିଲି
ମୋ ଚାତୁର୍ଯ୍ୟ ଓ କପଟୀ ହସ ଆଢ଼ୁଆଳରେ।
ଏବଂ ଦିନ ରାତି ଏହା ବଢ଼ି ଚାଲିଲା
ସେଥିରେ ଫଳିଲା ଗୋଟେ ସେଓ ଉଜ୍ଜ୍ୱଳ ରଙ୍ଗର।
ମୋ ଶତ୍ରୁ ଦେଖିଲା ତା ସୁନ୍ଦର ଆଭା
ସିଏ ଜାଣିଥିଲା ସେଇ ଫଳଟା ମୋର।
ସେଓଟା ଖାଇବା ପାଇଁ
ଲୁଚିଛପି ଆସିଲା ସେ ମୋ ବଗିଚାକୁ
ନିର୍ଜନ ରାତ୍ରିର ସୁଯୋଗ ନେଇ।
ସକାଳୁ ଯେବେ ମୁଁ ଦେଖିଲି ଯାଇ
ଗଛତଳେ ଶତ୍ରୁ ମରି ପଡ଼ିଥିଲା
ଖୁସିରେ କୁରୁଳି ଉଠିଲି ମୁହିଁ।
A Translation of William Blake's 'A Poison Tree'.
