Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sonali Swapna Patra

Classics Fantasy Inspirational

3  

Sonali Swapna Patra

Classics Fantasy Inspirational

ଭଜୁ କିନା ରାମ ନାମ

ଭଜୁ କିନା ରାମ ନାମ

1 min
160


ସଂସାର ଭିତରେ ଶ୍ରେଷ୍ଠ ପ୍ରାଣୀ ଭାବେ

ମାନବ ରୂପରେ ବିଦିତ,

କରିଯାରେ ଧନ କିଛି ପୁଣ୍ୟ କର୍ମ

ଗାଇ ରାମ ନାମ ଗୀତ ।


କେହି ଯିବେ ନାହିଁ ସାଥିରେ ତୋହର

ମଶାଣି ବାଟକୁ ସବୁ,

ତରିବାର ଯଦି ଅଛି ମହିତଳେ

ପୁଣ୍ୟ ପାଇଁ ମନ ଦେବୁ ।


ଆଖି ତୋର କରିଅଛି କେତେ ପାପ

ସମର୍ଥ କରି ପାପିକୁ,

ହସ୍ତ ଅବା ତୁହି କେତେ କରି କ୍ଷୟ

ରଖିଛୁ ଅହଙ୍କାରକୁ ।


ସରିନି ସରିନି ବାକି ଅଛି କିଛି

ଲୀଳା ଖେଳା ଏହି ଧାମେ,

ଜପି ରାମ ନାମ ହୋଇଯିବୁ ପାରି

ସୁଧାର ଆଣିଲେ କର୍ମେ ।


ସବୁ ମିଛ ଏଠି ରାମ ନାମ ସତ୍ୟ

ଶେଷ ବେଳେ ସେହି ଲୋଡା,

ଆଜିଠୁ ଜପୁଥା ସେହି ନାମକୁ ତୁ

ହେବୁନି କେବେ ଅଲୋଡ଼ା ।


Rate this content
Log in

Similar oriya poem from Classics